ପିଲାଙ୍କ ସହ ଦୀପାବଳି ପାଳିଲେ ନବୀନ

ପିଲାଙ୍କ ସହ ଦୀପାବଳି ପାଳିଲେ ନବୀନ

ପିଲାଙ୍କ ସହ ଦୀପାବଳି ପାଳିଲେ ନବୀନ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ନିଆରା ଢ଼ଙ୍ଗରେ ଦୀପାବଳି ପାଳନ କରିଛନ୍ତି । ନବୀନ ନିବାସରେ ପାଳନ ନକରି ପିଲାଙ୍କ ମେଳରେ ଦୀପାବଳି ପାଳନ କରିଛନ୍ତି ନବୀନ । ସ୍ଥାନୀୟ ଏସଓଏସ ଭିଲେଜରେ ସେ କୁନିକୁନି ପିଲାଙ୍କୁ ଭେଟିବା ସହ ଉପହାର ମଧ୍ୟ ଦେଇଥିଲେ । ନବୀନଙ୍କ ସହ ସେମାନେ ବାଣ ମଧ୍ୟ ଫୁଟାଇଥିଲେ । ଅପରପକ୍ଷରେ ଦୀପାବଳିକୁ ନିଆରା ଢ଼ଙ୍ଗରେ ପାଳିବାକୁ ନବୀନ ପରାମର୍ଶ ଦେଇଛନ୍ତି । ନବୀନଙ୍କ ପରାମର୍ଶ କ୍ରମେ ନେତା ଓ ଅଫିସରମାନେ ଅନାଥାଶ୍ରମ, ବୃଦ୍ଧାଶ୍ରମ ଓ ସେଇଭଳି ଅନ୍ୟ ଅନୁଷ୍ଠାନକୁ ଯାଇ ଦୀପାବଳି ପାଳନ କରିଛନ୍ତି ।