ଗଞ୍ଜାମରେ ଏନକାଉଣ୍ଟର

ଗଞ୍ଜାମରେ ଏନକାଉଣ୍ଟର

ଗଞ୍ଜାମରେ ଏନକାଉଣ୍ଟର
ଗଞ୍ଜାମ: ଗଞ୍ଜାମ ଜିଲା ଆସିକା ଥାନା ଅଞ୍ଚଳରେ ଏନକାଉଣ୍ଟର ଘଟିଛି। ପୁଲିସ ଜଣେ ଅଭିଯୁକ୍ତକୁ ଧରିବାକୁ ଯାଇଥିବାବେଳେ ଏହି ଏନକାଉଣ୍ଟର ଘଟିଥିଲା। ଅଭିଯୁକ୍ତ ଜଣକ ହେଉଛି ଆସିକା ଥାନା ପାଣ୍ଡିଆପଥର ଗାଁର ଟିଙ୍ଗିରି ଦୋରା। ଟିଙ୍ଗିରି ଏକ ଗୁଳିମାଡ଼ ମାମଲାରେ ସମ୍ପୃକ୍ତ ଥିଲା। ପୁଲିସ ତା’କୁ ଧରିବା ଲାଗି ପାଣ୍ଡିଆପଥର ଗାଁକୁ ଯାଇଥିଲା। କିନ୍ତୁ ସେଠାରେ ପୁଲିସକୁ ଦେଖି ଅଭିଯୁକ୍ତ ପ୍ରଥମେ ଚଳାଇଥିଲା। ଜବାବରେ ପୁଲିସ ପକ୍ଷରୁ ଅଭିଯୁକ୍ତ ଉପରକୁ ଗୁଳି କରାଯାଇଥିଲା। ଗୋଟିଏ ଗୁଳି ତା’ର ବାମଗୋଡ଼ରେ ବାଜିଥିଲା। ଅଭିଯୁକ୍ତ ଟିଙ୍ଗିରିକୁ ପୁଲିସ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରିଛି।