ପିପିଲି ଉପ-ନିର୍ବାଚନକୁ ବନ୍ଦ ଲାଗି ହାଇକୋର୍ଟରେ ମାମଲା ରୁଜୁ

ପିପିଲି ଉପ-ନିର୍ବାଚନକୁ ବନ୍ଦ ଲାଗି ହାଇକୋର୍ଟରେ ମାମଲା ରୁଜୁ

ପିପିଲି ଉପ-ନିର୍ବାଚନକୁ ବନ୍ଦ ଲାଗି ହାଇକୋର୍ଟରେ ମାମଲା ରୁଜୁ
କଟକ:ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ କରୋନା ସଂକ୍ରମଣ ଏବେ ସାଂଘାତିକ ସ୍ଥିତିରେ । ସମସ୍ତେ ଉଦ୍‌ବିଗ୍ନ । ଭୟଭୀତ । ଏହିଭଳି ଏକ ସଙ୍କଟଜନକ ସ୍ଥିତିରେ ଆସନ୍ତା ମେ’ ୧୬ ତାରିଖରେ ହେବାକୁ ପିପିଲି ଉପ-ନିର୍ବାଚନକୁ ବନ୍ଦ ଲାଗି ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି । ତେବେ ନିର୍ବାଚନ ହେବ କି ନାହିଁ ଏହାର ଶୁଣାଣି ଆସନ୍ତା ୭ ତାରିଖ କରାଯିବ । କାରଣ ଏନେଇ ନିର୍ବାଚନ କମିଶନ ସମୟ ନେଇଥିବା ଜଣାଯାଇଛି । କରୋନା କଟକଣା ଭିତରେ ନିର୍ବାଚନକୁ ସ୍ଥଗିତ ରଖିବାକୁ ଆବେଦନ ହୋଇଥିଲା ସୂଚନାଯୋଗ୍ୟଯେ, ଅପ୍ରେଲ ୧୭ରେ ପିପିଲି ଉପନିର୍ବାଚନ ପାଇଁ ଦିନ ଧାର୍ୟ୍ୟ ହୋଇଥିଲା । ତେବେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ଯୋଗୁଁ ନିର୍ବାଚନ ସ୍ଥଗିତ ରହିଥିଲା । ଉପନିର୍ବାଚନ ପାଇଁ ନୂଆ ତାରିଖ ଧାର୍ୟ୍ୟ ହୋଇଥିଲେବି କଂଗ୍ରେସ ପକ୍ଷରୁ ହିଁ ପ୍ରାର୍ଥୀପତ୍ର ଦାଖଲ କରାଯିବ । ଅପରପକ୍ଷରେ ପୂର୍ବରୁ ନିର୍ବାଚନର ୪୮ ଘଂଟା ପୂର୍ବରୁ ପ୍ରଚାର ବନ୍ଦ ହେଉଥିବାବେଳେ ଏବେ ୭୨ ଘଂଟା ପୂର୍ବରୁ ପ୍ରଚାର ବନ୍ଦ ହେବ । ସମ୍ପ୍ରତି ବିଜେଡ଼ିରୁ ରୁଦ୍ର ମହାରଥି କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ଓ ବିଜେପିରୁ ଆଶ୍ରୀତ ପଟ୍ଟନାୟକ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।