ତାମିଲନାଡୁରେ ପ୍ରଥମ ଅଣ-କଳାକାର ମୁଖ୍ୟମନ୍ତ୍ରୀ ହେବେ ଷ୍ଟାଲିନ

ତାମିଲନାଡୁରେ ପ୍ରଥମ ଅଣ-କଳାକାର ମୁଖ୍ୟମନ୍ତ୍ରୀ ହେବେ ଷ୍ଟାଲିନ

ତାମିଲନାଡୁରେ ପ୍ରଥମ ଅଣ-କଳାକାର ମୁଖ୍ୟମନ୍ତ୍ରୀ ହେବେ ଷ୍ଟାଲିନ
ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଦିବଂଗତ ଏମ କରୁଣାନିଧି ଏବଂ ଜେ ଜୟଲଳିତାଙ୍କ ପରେ ଏବେ ଏମ କେ ଷ୍ଟାଟିଲ ସବୁଠାରୁ ପ୍ରଭାବାଶାଳୀ ରାଜନେତା ଭାବେ ଉଭା ହୋଇଛନ୍ତି । ନିଜ ପିତା କରୁଣାନିଧିଙ୍କ ପରେ ସେ ଏବେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଉଭୟ କରୁଣାନିଧି ଏବଂ ଜୟଲଳିତା ସିନେ ତାରକା ଥିଲେ ଏବଂ କିଛି ଦଶନ୍ଧି ଯାଏ ଦ୍ରାବିଡ ରାଜନୀତିରେ ନିଜର ପ୍ରଭାବ ବିସ୍ତାର କରିଥିଲେ । ହେଲେ ଷ୍ଟାଲିନ ମୁଖ୍ୟମନ୍ତ୍ରୀ ହେଲେ, ଏହି ଧାରା ଭାଙ୍ଗିବ । ସେ ରାଜ୍ୟର ପ୍ରଥମ ଅଣ-କଳାକାର ମୁଖ୍ୟମନ୍ତ୍ରୀ ହେବେ । କରଣ ସେ ସିନେ ଜଗତ ସହିତ କୌଣସି ପ୍ରକାର ସଂପୃକ୍ତ ନୁହନ୍ତି ।