ପାସପୋର୍ଟରେ ଥିବା ପଦ୍ମଫୁଲକୁ ନେଇ ବିବାଦ

ପାସପୋର୍ଟରେ ଥିବା ପଦ୍ମଫୁଲକୁ ନେଇ ବିବାଦ

ପାସପୋର୍ଟରେ ଥିବା ପଦ୍ମଫୁଲକୁ ନେଇ ବିବାଦ
ନୂଆଦିଲ୍ଲୀ: ନୂଆ କରି ଛପାଯାଉଥିବା ପାସପୋର୍ଟର ପଦ୍ମଫୁଲ ଚିହ୍ନ ରହିବାକୁ ନେଇ ବିରୋଧୀ ଦଳ ଗୁଡ଼ତକ ଲୋକସଭାରେ ହୋହଲ୍ଲା କରିବା ପରେ ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ ଏହା ଉପରେ ସଫେଇ ଦେଇଚନ୍ତି । ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି ଯେ ପାସପୋର୍ଟରେ ଥିବା ପଦ୍ମଫୁଲ ହେଉଛି ଏକ ଉଚ୍ଚ ସୁରକ୍ଷା ବୈଶିଷ୍ଟ୍ୟ । ଜାଲ ପାସପୋର୍ଟ ବ୍ୟବହାର ରୋକିବାକୁ ଏହାକୁ ବ୍ୟବହାର କରାଯାଇଛି । ଆନ୍ତର୍ଜାତିକ ବେସାମରିକ ସଂଗଠନ (ଆଇସିଏଓ) ର ଗାଇଡଲାଇନ ଅନୁଯାୟୀ ଏହି ସୁରକ୍ଷା ବୈଶିଷ୍ଟ୍ୟ ବ୍ୟବହାର କରାଯାଇଛି । ପଦ୍ମ ହେଉଛି ଆମର ଜାତୀୟ ଫୁଲ । ଆଗାମୀ ଦିନରେ ଅନ୍ୟ ଜାତୀୟ ଚିହ୍ନକୁ ପର୍ଯ୍ୟାୟକ୍ରମେ ପାସପୋର୍ଟରେ ସୁରକ୍ଷା ବୈଶିଷ୍ଟ୍ୟ ଭାବେ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି । ପ୍ରତିମାସରେ ଏହି ଚିହ୍ନକୁ ପରିବର୍ତ୍ତନ କରାଯିବ । କେରଳ କୋଝିକୋଡ଼ରେ ବଣ୍ଟାଯିବାକୁ ଆସିଥିବା ନୂଆ ପାସପୋର୍ଟରେ ପଦ୍ମଫୁଲ ଚିହ୍ନ ରହିବାକୁ ନେଇ ଲୋକସଭାରେ ଶୂନ୍ୟକାଳରେ କଂଗ୍ରେସ ସଦସ୍ୟ ଏମକେ ରାଘବନ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ଯେ ବୈଦେଶିକ ମନ୍ତ୍ରଣାଳୟ ପାର୍ସପୋର୍ଟର ଗୈରିକୀକରଣ କରିବା ଲାଗି ଉଦ୍ୟମ କରିଛି । ପଦ୍ମଫୁଲ ହେଉଛି ବିଜେପିର ଦଳୀୟ ଚିହ୍ନ ।