ବାହାନ ଡାଟାବେସ୍‍ରେ ମୋବାଇଲ ନମ୍ବର ସଂଯୋଗ ବାଧ୍ୟତାମୂଳକ ହେବ

ବାହାନ ଡାଟାବେସ୍‍ରେ ମୋବାଇଲ ନମ୍ବର ସଂଯୋଗ ବାଧ୍ୟତାମୂଳକ ହେବ

ବାହାନ ଡାଟାବେସ୍‍ରେ ମୋବାଇଲ ନମ୍ବର ସଂଯୋଗ ବାଧ୍ୟତାମୂଳକ ହେବ
ଭୁବନେଶ୍ୱର : ଏଣିକି ଆରଟିଓରେ ଯେକୌଣସି କାଗଜପତ୍ର କଲେ ମୋବାଇଲ ନମ୍ବର ଦେବା ବାଧ୍ୟତାମୂଳକ ହେବ । ଏଥିପାଇଁ ବାହାନ ଡାଟାବେସରେ ମୋବାଇଲ ନମ୍ବର ସଂଯୋଗ କରାଇନେବା ପାଇଁ ପରିବହନ ବିଭାଗ ପକ୍ଷରୁ ଗାଡ଼ି ଚାଳକଙ୍କ ପାଇଁ ନିଦେ୍ର୍ଧଶ ଜାରି କରିଛି । ଫଳରେ ଇ-ଚାଲାଣ କିମ୍ବା ଜରିମାନା ବ୍ୟତୀତ ଅନ୍ୟ କୌଣସି ସୂଚନା ଏସଏମଏସ ମାଧ୍ୟମରେ ଗାଡ଼ି ଚାଳକଙ୍କୁ ପ୍ରଦାନ କରିବା ସମ୍ଭବ ହେବ । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ବିଜ୍ଞପ୍ତି ଅନୁସାରେ ଆସନ୍ତା ବର୍ଷ ଏପି୍ରଲ ୧ ରୁ ଡାଟାବେସରେ ଗାଡ଼ି ଚାଳକଙ୍କ ମୋବାଇଲ ନମ୍ବର ସଂଯୋଗ କରିବା ବାଧ୍ୟତାମୂଳକ ହେବ । ପ୍ରଚଳିତ ନିୟମ ଅନୁସାରେ ଗାଡ଼ି ପଞ୍ଜୀକରଣକୁ ବାଦ୍‍ ଦେଲେ ଅନ୍ୟ ପ୍ରମାଣ ପତ୍ର ସମ୍ପର୍କିତ କାମ ପାଇଁ ମୋବାଇଲ ନମ୍ବର ସଂଗ୍ରହ କରାଯାଇନାହିଁ । କିନ୍ତୁ ଏପି୍ରଲ ମାସରୁ ସବୁ କାଗଜ ପତ୍ର କାମ ପାଇଁ ମୋବାଇଲ ନମ୍ବର ଦେବା ଜରୁରୀ କରାଯିବ । ଆପତ୍ତିବିହୀନ ପ୍ରମାଣ ପତ୍ର ଗାଡ଼ିର ମାଲିକାନା ପରିବର୍ତ୍ତନ ଅବା ଠିକଣା ପରିବର୍ତ୍ତନ ପାଇଁ ମୋବାଇଲ ନମ୍ବର ଦେବା ଜରୁରୀ । ତେବେ ଟ୍ରାଫିକ ଧରପଗଡ଼ ପରିପ୍ରେକ୍ଷୀରେ ପରିବହନ ବିଭାଗ ଓ ପୁଲିସ ଇ-ଚାଲାଣ ପଠାଉଛି । ଏପରିସ୍ଥଳେ ମୋବାଇଲ ନମ୍ବର ଦିଆଯାଇ ଥିଲେ ମାଲିକଙ୍କ ପାଖରୁ ଏ ସମ୍ପର୍କିତ ଏସଏମଏସ ତୁରନ୍ତ ଯାଇପାରିବ । ମୋବାଇଲ ନମ୍ବର ସଂଯୋଗ ପାଇଁ ବାହାନ ୱେବସାଇଟକୁ ଯାଇ ଅନଲାଇନ ସର୍ଭିସ ଉପରେ କ୍ଲିକ କରିବାକୁ ହେବ । ଏହା ପରେ ରାଜ୍ୟ ମନୋନୟନ କରି ଗାଡ଼ିର ବିବରଣୀ ମୋବାଇଲ ନମ୍ବରକୁ ସଂଯୋଗ କରାଯାଇପାରିବ ।