ପୋଲାଭରମ ପ୍ରକଳ୍ପ, ଓଡ଼ିଶାର ମୂଳ ମାମଲାର ଶୁଣାଣି ଜାନୁଆରିରେ

ପୋଲାଭରମ ପ୍ରକଳ୍ପ, ଓଡ଼ିଶାର ମୂଳ ମାମଲାର ଶୁଣାଣି ଜାନୁଆରିରେ

ପୋଲାଭରମ ପ୍ରକଳ୍ପ, ଓଡ଼ିଶାର ମୂଳ ମାମଲାର ଶୁଣାଣି ଜାନୁଆରିରେ
ନୂଆଦିଲ୍ଲୀ : ପୋଲାଭରମ ପ୍ରକଳ୍ପ ମାମଲାରେ ଓଡ଼ିଶା ପକ୍ଷରୁ ଦାଖଲ ହୋଇଥିବା ମୂଳ ମାମଲାର ଶୀଘ୍ର ଶୁଣାଣି ପାଇଁ ସୁପି୍ରମକୋର୍ଟରେ ଓଡ଼ିଶା ଦାବି କରିଛି । ପ୍ରଧାନ ବିଚାରପତି ଏସ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଓଡ଼ିଶା ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ସୁବ୍ରମଣ୍ୟନ ଯୁକ୍ତି ଉପସ୍ଥାପନ କରିଛନ୍ତି । ଓଡ଼ିଶା ପକ୍ଷରୁ କୁହାଯାଇଥିଲା ଯେ ଏହି ମାମଲା ଦୀର୍ଘଦିନ ହେଲା ପଡ଼ି ରହିଛି । ସର୍ବୋଚ୍ଚ ଅଦାଲତ ଏ ନେଇ କୌଣସି ନିଦେ୍ର୍ଧଶନାମା ଏ ପର୍ଯ୍ୟନ୍ତ ଦେଇନାହାନ୍ତି । ଶୀତ ଛୁଟି ପରେ ଅଦାଲତ ଖୋଲିଲେ ଏହି ମାମଲାକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯିବ ବୋଲି ଖଣ୍ଡପୀଠରେ ନିଦେ୍ର୍ଧଶ ଦେଇଛନ୍ତି । ଏ ସମ୍ପର୍କିତ ଅନ୍ୟ ମାମଲା ସମେତ ଓଡ଼ିଶାର ମୂଳ ମାମଲାର ଶୁଣାଣି ହେବ । ତେଣୁ ପୋଲାଭରମ ମାମଲାରେ ସୁପି୍ରମକୋର୍ଟ ୨୦୨୦ ଜାନୁଆରିରେ ନିଦେ୍ର୍ଧଶ ଦେବେ ବୋଲି ଆଶା କରାଯାଉଛି । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ବିଚାରପତି ଅବଦୁଲ ନଜୀର ଏବଂ ବିଚାରପତି ସଞ୍ଜୀବ ଖାନ୍ନା ସଦସ୍ୟ ରହିଛନ୍ତି ।