ଟାଇଲ ଲଗାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁପକ୍କାଘରରେ ପରିବର୍ତ୍ତନ - ବିଜେପି
ଟାଇଲ ଲଗାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁପକ୍କାଘରରେ ପରିବର୍ତ୍ତନ - ବିଜେପି
admin
Dec 13, 2019 - 09:12
Updated: Dec 13, 2019 - 09:12
ଭୁବନେଶ୍ୱର - ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ପୁଣି ରାଜନୀତି ଆରମ୍ଭ ହୋଇଛି । ଏହି ଯୋଜନାକୁ ନେଇ ବିଜେପି ଆଜି ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟ ସରକାର ଟାଇଲ ଲଗାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାଁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଥିବା ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ୨୦୧୯-୨୦୦ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫.୬୫ ଲକ୍ଷ ଘର ନିର୍ମାଣ ଲକ୍ଷ୍ୟ ଥିଲା । ତେବେ ମାତ୍ର ୭୯,୮୨୯ଟି ଘର ହୋଇଛି । ଏଥିପାଇଁ ୫.୦୨୮ କୋଟି ଅନୁମୋଦନ ହୋଇଥିଲା । ତେବେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ କରାଯାଇଥିବା ଘରେ ବିଜୁ ପକ୍କା ଘର ଲୋଗୋ ଟାଇଲ ଲଗାଇବା ଉଦ୍ୟମ ଆରମ୍ଭ ହୋଇଛି । ଯାଜପୁର ପିଡିଡିଆଡିଏ କଣ୍ଟ୍ରାରଙ୍କୁ ଏନେଇ ଚିଠି କରିଛନ୍ତି । ଯାହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି । ଏଥିସହ ରାଜ୍ୟ ସରକାର ଟାଇଲ ଲଗାଇ ଯୋଜନା ପରିବର୍ତ୍ତନ କରି ନାଁ ନେବାକୁ ଚାହୁଁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।