ପଶ୍ଚିମବଙ୍ଗରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା
ପଶ୍ଚିମବଙ୍ଗରେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା
କୋଲକାତା: ପଶ୍ଚିମବଙ୍ଗରେ ପୁଣି ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଉତ୍ତର ଦିଞ୍ଜାପୁରର ଇଟାହରରେ ବିଜେପି ଯୁବମୋର୍ଚ୍ଚାର ଉପ ସଭାପତି ମିଥୁନ ଘୋଷଙ୍କୁ ହତ୍ୟା କରାଯାଇଛି। ଏହା ପଛରେ ଟିଏମସି ଗୁଣ୍ଡାମାନଙ୍କ ହାତ ଥିବା ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଛନ୍ତି।
ସୋମବାର ଗୋଟିଏ ଟ୍ୱିଟ କରି ଶୁଭେନ୍ଦୁ କହିଛନ୍ତି, ଉତ୍ତର ଦିଞ୍ଜାପୁରର ବିଜେପି ଯୁବମୋର୍ଚ୍ଚାର ଉପ ସଭାପତି ମିଥୁନ ଘୋଷଙ୍କୁ ଇଟାହର ଠାରେ ଗୁଳି କରି ହତ୍ୟା କରାଯାଇଛି। ଏହା ପଛରେ ଟିମଏସିର ହାତ ରହିଛି।
ଏମ୍ପର୍କରେ ଟିଏମସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ପୁଲିସ୍ ମଧ୍ୟ ଶୁଭେନ୍ଦୁଙ୍କ ଅଭିଯୋଗ ଉପରେ କ’ଣ ସବୁ ପଦକ୍ଷେପ ନେଇଛି, ସେକଥା ଜଣାପଡ଼ିନି।
ସୂଚନାଯୋଗ୍ୟ, ଏପ୍ରିଲ-ମେ ମାସରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଅନେକ ସ୍ଥାନରେ ଟିଏମସି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଅନେକଙ୍କ ଜୀବନ ମଧ୍ୟ ଯାଇଥିଲା। ସେହିପରି ନିର୍ବାଚନ ଫଳାଫଳ ଟିଏମସି ସପକ୍ଷରେ ଯିବା ପରେ ବି ରାଜ୍ୟରେ ପ୍ରବଳ ହିଂସାକାଣ୍ଡ ଘଟିଥିଲା। ଏବେ କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ହତ୍ୟାକାଣ୍ଡ ଘଟିଛି।




admin 