ପଶ୍ଚିମବଙ୍ଗ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ପରଲୋକ

ପଶ୍ଚିମବଙ୍ଗ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ପରଲୋକ

ପଶ୍ଚିମବଙ୍ଗ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ପରଲୋକ

କୋଲକତା: ତୃଣମୂଳ କଂଗ୍ରେସ ପାର୍ଟିର ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗର ପଞ୍ଚାୟତିରାଜ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ପରଲୋକ ହୋଇଯାଇଛି।  ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। କିଛି ଦିନ ପୂର୍ବେ ହୃଦଘାତର ଶିକାର ହୋଇଥିବା ସୁବ୍ରତ ମୁଖାର୍ଜୀ କଲିକତାର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ସୁସ୍ଥ ହୋଇ ଆସୁଥିବା ବେଳେ ହଠାତ୍ ଗତ ରାତି ୯ଟା ୨୨ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।  ସୁବ୍ରତ ମୁଖାର୍ଜୀଙ୍କ ପରିବାର କହିଲେ କେବଳ ତାଙ୍କ ପତ୍ନୀ ଅଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁବ୍ରତଙ୍କ ମୃତ୍ୟୁ ନେଇ ଘୋଷଣା କରିଛନ୍ତି

ଖବରପାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ପ୍ରତିକ୍ରିୟାରେ  କହିଛନ୍ତି, ସୁବ୍ରତ ମୁଖାର୍ଜୀ ଆଉ ଆମ ସହ ନାହାନ୍ତି ବୋଲି ବିଶ୍ୱାସ କରି ହେଉନି। ସେ ପାର୍ଟିର ଜଣେ ସମର୍ପିତ ନେତା ଥିଲେ। ଏହା ମୋ ପାଇଁ ବ୍ୟକ୍ତିଗତ କ୍ଷତି। ମୁଖାର୍ଜୀଙ୍କ ମୃତଦେହ ଆଜି ରବୀନ୍ଦ୍ର ସଦନରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ରଖାଯିବ । ଏହାପରେ ମୃତଦେହକୁ ବାଳିଗଞ୍ଜ ନିଆଯିବ ଓ ସେଠାରୁ ତାଙ୍କ ପୈତୃକ ଗାଁକୁ  ନିଆଯିବ ।

ନାରଦ ଷ୍ଟିଙ୍ଗ ମାମଲାରେ ଗିରଫ ହୋଇ କଲିକତାର ପୂର୍ବତନ ମେୟର ସୁବ୍ରତ ମୁଖାର୍ଜୀ ଜେଲ୍ ଯାଇଥିଲେ।  ହେଲେ ଗତ ମେ’ ମାସରେ ଅସୁସ୍ଥତା ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଜାମିନରେ ସେ ଜେଲ୍ରୁ ମୁକୁଳିଥିଲେ।

ସୁବ୍ରତ ପୂର୍ବରୁ ମଧୁମେହ, ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବା ବେଳେ ଗତ ୨୪ ଅକ୍ଟୋବରରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିବା ବେଳେ ଧିରେ ଧିରେ ସେ ସୁସ୍ଥ ହେବାକୁ ଲାଗିଥିଲେ। ମାତ୍ର ହଠାତ୍ ଗତକାଲି ତାଙ୍କ ମୃତ୍ୟୁ ହୋଇଛି।