ପରିବାର ଶାନ୍ତି ପାଇଁ ଲୁଣ... ଜାଣନ୍ତୁ କେମିତି ବ୍ୟବହାର କରିବେ
ପରିବାର ଶାନ୍ତି ପାଇଁ ଲୁଣ... ଜାଣନ୍ତୁ କେମିତି ବ୍ୟବହାର କରିବେ
ଖାଦ୍ୟରେ ସ୍ବାଦର ପ୍ରମୁଖ କାରକ ହେବା ସହିତ ଲୁଣ ଆମ ଜୀବନକୁ ସନ୍ତୁଳିତ ରଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଜ୍ୟୋତିଷଶାସ୍ତ୍ର ଏବଂ ବାସ୍ତୁ ଏକ୍ସପର୍ଟଙ୍କ କହିବା ଅନୁସାରେ, ଅଳ୍ପ ଟିକେ ଲୁଣ ଘରର ବାତାବରଣ ପରିବର୍ତ୍ତନ କରିପାରେ। ଘରର ନକାରତ୍ମକ ଶକ୍ତିକୁ ଦୂର କରି ପଜିଟିଭ ପରିବେଶ ସୃଷ୍ଟି କରିଥାଏ। ଯାହାଫଳରେ ସୁଖ-ସମୃଦ୍ଧି ଆସିବା ସହ ମାନସିକ ଶାନ୍ତି ବଜାୟ ରହିଥାଏ। ଆସନ୍ତୁ ଜାଣିବା ଲୁଣର ବ୍ୟବହାର କିପରି କରିହେବ।
-ଘରେ ସକାରତ୍ମକ ଶକ୍ତି ବଢିବା ସହ ପରିବାରର ସଦସ୍ୟଙ୍କ ଭିତରେ କଳି, ଝଗଡା ନଲାଗେ ସେଥିପାଇଁ ଘରେ ଲୁଣ ପକାଇ ପୋଛା ଲଗାନ୍ତୁ। ପାଣିରେ ଅଳ୍ପ ଟିକେ ଲୁଣ ପକାଇ ଘର ପୋଛନ୍ତୁ। ଏହାଦ୍ବାରା ଘର ଭିତରକୁ ପଜିଟିଭ ଏନର୍ଜୀ ଆସିବ ଓ ପରିବାରର ସମସ୍ତ ସଦସ୍ୟଙ୍କ ଭିତରେ ସମ୍ପର୍କ ଭଲ ରହିବ।
– ଆପଣଙ୍କ ଘରେ ଲୁଣକୁ କେଉଁଥିରେ ରଖୁଛନ୍ତି ତାହା ବାସ୍ତୁ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଲୁଣକୁ କେବେ ବି ଷ୍ଟିଲ୍ କିମ୍ବା ଲୁହାର ବାସନରେ ରଖନ୍ତୁ ନାହିଁ। ଲୁଣ ସବୁବେଳେ କାଚ ଜାର୍ରେ ରଖନ୍ତୁ। ଏଭଳି କଲେ ଘରେ ଶୁଖ-ଶାନ୍ତି ରୁହେ।
-ବହୁବାର ରାହୁର ନକାରତ୍ମକ ପ୍ରଭାବ କାରଣରୁ ଘରେ ନେଗେଟିଭ ଏନର୍ଜି ଆସିଯାଇଥାଏ। ଏହି କାରଣରୁ ପରିବାର ସଦସ୍ୟ ଅସୁସ୍ଥ ରହିଥାନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ କାଚ ପାତ୍ରରେ ସାନ୍ଧବ୍ୟ ଲବଣ ପକାଇ ବାଥରୁମ୍ରେ ରଖିବା ଦରକାର। ପ୍ରତି ୧୫ ଦିନରେ ଥରେ ଲୁଣ ବଦଳାନ୍ତୁ। ଏଭଳି କରିବା ଫଳରେ ରାହୁର ନେଗେଟିଭ ପ୍ରଭାବ ଦୂର କରିବାରେ ସହାୟକ ହୋଇଥାଏ।
-ଯଦି ଆପଣଙ୍କୁ ମାନସିକ ଶାନ୍ତି ମିଳେନି କିମ୍ବା କୌଣସି କାରଣରୁ ଚାପରେ ଥାନ୍ତି କିମ୍ବା କାମରେ ମନ ଲାଗୁନି ତେବେ ସାହାଯ୍ୟ କରିପାରେ ଲୁଣ। ଏଥିପାଇଁ ଗାଧୋଇବା ବେଳେ ପାଣିରେ ଅଳ୍ପ ଲୁଣ ପକାଇ ଗାଧାନ୍ତୁ। ଆପଣ ଯଦି ଚାହିଁବେ ତେବେ ଶୋଇବା ପୂର୍ବରୁ ଲୁଣ ପାଣିରେ ହାତ-ଗୋଡ ଧୋଇ ପାରିବେ। ଏଭଳି କରିବା ଦ୍ବାରା ଚାପ ଦୂର ହୋଇଥାଏ ଓ ଭଲ ନିଦ ଆସିଥାଏ।
-ଖାଦ୍ୟ ଖାଇବ ସମୟରେ ଡାଲି କିମ୍ବା ତରକାରୀ ଆଦିରେ ଲୁଣ କିମ୍ବା ଲଙ୍କା କମ୍ ହୋଇଗଲେ ତା ଉପରେ ପକାନ୍ତୁ ନାହିଁ। କଳା ଲୁଣ କିମ୍ବା ଗୋଲମରିଚ ପକାନ୍ତୁ। ଏଭଳି କରିବା ଫଳରେ ଶନି, ଚନ୍ଦ୍ର ଓ ମଙ୍ଗଳର ଖରାପ ପ୍ରଭାବ ରହିବ ନାହିଁ। ଯଦି କୌଣସି ଲୋକ ଦୀର୍ଘ ଦିନ ହେବ ରୋଗରେ ପୀଡିତ ଅଛନ୍ତି ତେବେ ତାଙ୍କ ପାଇଁ କାଚର ଏକ ପାତ୍ରରେ ଲୁଣ ରଖନ୍ତୁ। ଏକ ସପ୍ତାହ ପରେ ସେହି ଲୁଣକୁ ବଦଳାଇ ପୁଣିଥରେ ଲୁଣ ରଖନ୍ତୁ। ଧୀରେ ଧୀରେ ସେ ସୁସ୍ଥ ହୋଇଯିବେ।




admin 