ଗୁଜରାଟରୁ ୬୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ
ଗୁଜରାଟରୁ ୬୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ
ଗାନ୍ଧୀନଗର: ଗୁଜରାଟ ପାଲଟିଛି ଡ୍ରଗ୍ସର ପେଣ୍ଠସ୍ଥଳୀ। ଗୁଜୁରାଟର ମୋର୍ବିରୁ ୬୦୦ କୋଟି ଟଙ୍କା ମୂଲ୍ୟର ୧୨୦ କିଲୋ ଡ୍ରଗ୍ସ ଜବତ କଲା ଗୁଜୁରାଟ ଏଟିଏସ । ରବିବାର ବିଳମ୍ବିତ ରାତିରେ ଗୁଜୁରାଟ ଏଟିଏସ୍ ଓ ମୋର୍ବି ପୋଲିସର ମିଳିତ ଭାବରେ ଜିଞ୍ଜୁଡା ଗ୍ରାମରେ ଚଢାଉ କରି ଡ୍ରଗ୍ସ ଜବତ କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଅଞ୍ଚଳ ମୋର୍ବିଠାରୁ ୩୫ କିଲୋମିଟର ଦୂରରେ ଏକ ସମୁଦ୍ର କୂଳରେ ଅବସ୍ଥିତ।
ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସହ ଏଟିଏସର DYSP ସ୍ତରର ଅଧିକାରୀଙ୍କ ନେତୃତ୍ବରେ ଏହି ଚଢାଉ ହୋଇଥିଲା । ଏହି ଚଢାଉ ସମୟରେ ଗାଁର ଅନେକ ଘରରୁ ଡ୍ରଗ୍ସ ଜବତ କରାଯାଇଛି । ତେବେ ଏହି ସପ୍ତାହରେ ଦ୍ବିତୀୟ ଥର ଗୁଜୁରାଟରୁ କୋଟି କୋଟି ମୂଲ୍ୟର ଡ୍ରଗ୍ସ ଜବତ ହୋଇଛି । ଏହାର ୫ ଦିନ ପୂର୍ବରୁ ଏକ କାରରୁ ୬୬ କେଜିର ଡ୍ରଗ୍ସ ଜବତ ହୋଇଥିଲା, ଯାହାର ଆନୁମାନିକ ମୂଲ୍ୟ ୩୫୦ କୋଟି ହେବ ।




admin 