୫ କୋଟିର ଘଣ୍ଟା ପାଇଁ ଫସିଲେ ହାର୍ଦ୍ଦିକ

୫ କୋଟିର ଘଣ୍ଟା ପାଇଁ ଫସିଲେ ହାର୍ଦ୍ଦିକ

୫ କୋଟିର ଘଣ୍ଟା ପାଇଁ ଫସିଲେ ହାର୍ଦ୍ଦିକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଷ୍ଟାର୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପିଛା ଛାଡ଼ୁନି ବିବାଦ। ପୁଣି ଏକ ନୂଆ ବିବାଦରେ ଫସିଛନ୍ତି ଏହି ଷ୍ଟାର ଅଲରାଉଣ୍ଡର। ହାର୍ଦ୍ଦିକ ରବିବାର ବିଳମ୍ବିତ ରାତିରେ ସ୍ୱଦେଶ ଫେରୁଥିବାବେଳେ ତାଙ୍କୁ ଏୟାରପୋର୍ଟରେ କଷ୍ଟମ ବିଭାଗ ଅଟକାଇ ତାଙ୍କଠାରୁ ୨ଟି ଦାମୀ ଘଣ୍ଟାକୁ ଜବତ କରିଥିଲା। ଏହି ଦୁଇଟି ଘଣ୍ଟାର ଦାମ ହେଉଛି ୫ କୋଟି ଟଙ୍କା। କଷ୍ଟମ ବିଭାଗ କହିବାନୁଯାୟୀ ହାର୍ଦ୍ଦିକଙ୍କର ପାଖରେ ଏହି ଘଣ୍ଟାର କୌଣସି ବିଲ୍ ନଥିଲା କିମ୍ବା ଏହି ଦୁଇଟି ଘଣ୍ଟାକୁ ନିଜ ସାମଗ୍ରୀ ସହ ଘୋଷଣା କରିନଥିଲେ। ଏ ନେଇ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ।

ନିକଟରେ ସେ ଆଉ ଏକ ସାଙ୍ଘାତିକ ବିବାଦରେ ବି ଫସିଛନ୍ତି। ଜଣେ ମହିଳା ତାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଟି-ଟ୍ୱଣ୍ଟି ବିଶ୍ଵକପରେ ତାଙ୍କ ପ୍ରଦର୍ଶନ ଅତି ଖରାପ ଥିବାରୁ ତାଙ୍କ ଚୟନ ନେଇ ବି ବିବାଦ ଉଠିଛି।