ପୁରୀରେ ମାତିଛନ୍ତି ମାଛ ମାଫିଆ ସିଣ୍ଡିକେଟ୍, ସାଙ୍ଗରେ ଅଛନ୍ତି ସରକାରୀ ବାବୁ

ପୁରୀରେ ମାତିଛନ୍ତି ମାଛ ମାଫିଆ ଫିସ୍ ସିଣ୍ଡିକେଟରେ ସାମିଲ ଅଛନ୍ତି ସରକାରୀ ଅଧିକାରୀ ଓ ମାଫିଆ ୮ଶହ ଟଙ୍କାର ମାଛ ବିକ୍ରି ହେଉଛି ମାତ୍ର ୩ଟଙ୍କାରେ ନିଲାମି ବନ୍ଦ କରିବାକୁ ହେଉଛି ମହା ଷଡଯନ୍ତ୍ର

ପୁରୀରେ ମାତିଛନ୍ତି ମାଛ ମାଫିଆ ସିଣ୍ଡିକେଟ୍, ସାଙ୍ଗରେ ଅଛନ୍ତି ସରକାରୀ ବାବୁ

ଏପରି ରାକେଟ ଓ ସିଣ୍ଡିକେଟର ସାଘାଂତିକ ଅପରାଧ ଗନ୍ଧ ପୁରୀ ସମୁଦ୍ର ପଟୁ ମାଡିଆସୁଛି । ସୁଚନା ଅନୁସାରେ ନୋ ଫିସିଂ ଜୋନରୁ ମାଛ ମାରୁଥିବା ଟ୍ରଲରଗୁଡିକୁ ଜବତ କରୁଛି ମତ୍ସ୍ଯ ବିଭାଗ  । ନିୟମ ଅନୁସାରେ ଟ୍ରଲରରୁ ଜବତ ମାଛ , କଙ୍କଡା , ଚିଙ୍ଗୁଡି ଆଦି ନିଲାମ କରାଯିବ ।  ନିଲାମ ରାଶିର ୫ ଗୁଣ ଜରିମାନା ଟ୍ରଲର ମାଲିକଙ୍କ ଠାରୁ ବି ଆଦାୟ ହେବ । ହେଲେ ପୁରୀ ଜିଲା ଅସ୍ତରଙ୍ଗରେ ଜବତ ହେଉଥିବା ମାଛ ନିଲାମିରେ ହୋଇଛି ବଡ଼ ଜାଲିଆତି । ଜବତ ଟ୍ରଲର ଖସାଇବାକୁ ଭିତିରି ଷଡଯନ୍ତ୍ର ହେବା ସହ ଅଧିକ ଟଙ୍କା ନିଲାମ ଡାକିଲେ ନିଲାମଧାରୀଙ୍କ ସହ ମାଫିଆ ସିଣ୍ଡିକେଟ ଗଣ୍ଡଗୋଳ କରୁଛି । ସେହିପରି ଜବତ ମାଛର ନିଲାମ ରେଟ୍ ଓ ବଜାର ଦରରେ ରହୁଛି ଆକାଶ ପାତାଳ ଫରକ ।  ଯେଉଁ ମାଛ ବଜାରରେ ୬ଶହରୁ ୮ଶହ ଟଙ୍କା, ତାକୁ ମାତ୍ର ୩ରୁ ୫ ଟଙ୍କାରେ ନିଲାମ କରାଯାଉଛି। ଏହା ପଛରେ ଏକ ବଡ଼ ରାକେଟ୍‌ କାମ କରୁଛି। ଯଦି କେହି ଅଧିକ ଦରରେ ମାଛ ନିଲାମ ଡାକୁଛି, ସେମାନଙ୍କ ସହ ଜାଣିଶୁଣି ଗଣ୍ଡଗୋଳ କରାଯାଉଛି । ଚାପ ପକାଇ ଘଟଣାସ୍ଥଳରୁ ଘଉଡ଼ାଇ ଦିଆଯାଉଛି। ଟ୍ରଲର ମାଲିକ କୋହଳ ଜରିମାନା ସହ ଟ୍ରଲରକୁ ସହଜରେ ଖସାଇଦେବାକୁ ଏଭଳି ସୁଚିନ୍ତିତ ଷଡ୍‌ଯନ୍ତ୍ର କରାଯାଉଛି । ଚଳିତ ବର୍ଷ ନିଷିଦ୍ଧାଞ୍ଚଳରୁ ୭ଟି ଟ୍ରଲର ଜବତ ହୋଲଣି । ମିଳିଥିବା ତଥ୍ୟ ମୁତାବକ, ଚଳିତବର୍ଷ ନଭେମ୍ବର ୮ରେ ଦେବୀ ମୁହାଣ ନିଷିଦ୍ଧାଞ୍ଚଳରେ ମାଛ ମାରିବା ଅଭିଯୋଗରେ ସର୍ବମଙ୍ଗଳ-୭’ ନାମକ ଏକ ଟ୍ରଲର ଜବତ ହୋଇଥିଲା। ଏହି ଡଙ୍ଗାରୁ ୫୫୦ କେଜି ମାଛ ଜବତ ହୋଇଥିଲା। ଯେଉଁଥିରେ ୬୦ କେଜି ପାମ୍ପଲେଟ୍‌, ୪୧୦ କେଜି ବି କ୍ଲାସ୍ ମାଛ, ୬୦ କେଜି ସି’ କ୍ଲାସ ମାଛ, ୨୦ କେଜି କଙ୍କଡ଼ା ଥିଲା। କିନ୍ତୁ ପାମ୍ପଲେଟ୍‌ ଭଳି ଦାମୀ ମାଛ ୬ଶହରୁ ୮ଶହ ଟଙ୍କା ବଦଳରେ କେଜି ପିଛା ମାତ୍ର ୫ ଟଙ୍କାରେ ନିଲାମ ହୋଇଥିଲା। ବିକ୍ଲାସ ମାଛ କେଜି ୩ ଟଙ୍କା, ସି’ କ୍ଲାସ ମାଛ କେଜି ୩ ଟଙ୍କା ଓ କଙ୍କଡ଼ା କେଜି ୩ ଟଙ୍କାରେ ନିଲାମ ହୋଇଥିଲା। ଫଳରେ ମୋଟ ୫୫୦ କେଜି ମାଛ ମାତ୍ର ୧୭୭୦ ଟଙ୍କାରେ ନିଲାମ କରାଯାଇଛି । ସେହିଭଳି ନଭେମ୍ବର ୭ରେ ଜୟ ମା’ ଦୁର୍ଗା-୨’ ନାମରେ ଆଉ ଏକ ଟ୍ରଲର ଦେବୀ ମୁହାଣରୁ  ଜବତ କରାଯାଇଥିଲା। ଏହି ଡଙ୍ଗାରୁ ମୋଟ ୬୦୮ କେଜି ମାଛ ଜବତ ହୋଇଥିଲା। ଯେଉଁଥିରେ ବିକ୍ଲାସ ମାଛ ୪୦୪ କେଜି, କଙ୍କଡ଼ା ୧୦୨ କେଜି, ଦାମୀ ଚିଙ୍ଗୁଡ଼ି ୧୦୨ କେଜି ଥିଲା। ବିକ୍ଲାସ ମାଛ କେଜି ୨ ଟଙ୍କା, କଙ୍କଡ଼ା କେଜି ୩ ଟଙ୍କା ଓ ଦାମୀ ଚିଙ୍ଗୁଡ଼ି କେଜି ୫ ଟଙ୍କାରେ ନିଲାମ ହୋଇଛି । ଏହାର ନିଲାମ ଅର୍ଥ ମାତ୍ର ୧୬୨୪ ଟଙ୍କା ଆଦାୟ ହୋଇଛି।  ଏହା ପଛରେ ମୋଟା ଅଙ୍କର ଟଙ୍କା କାରବାର ହେଉଛି ବୋଲି ଅଭିଯୋଗ କରିଛନ୍ତି ପୁରୀ ଜିଲା ପାରମ୍ପରିକ ମତ୍ସ୍ଯଜିବୀ ସଙ୍ଘର ସଭାପତି  ।

 ସେପଟେ ସୁଚିନ୍ତିତ ଭାବେ ଏହି ମାଛ ମାଫିଆ,  ଚାପ ପକାଇ ନିଲାମରେ ଅଂଶଗ୍ରହଣ ନକରିବା, ଅଧିକ ଟଙ୍କାରେ ନିଲାମ ନ ଡାକିବା କହି ଗଣ୍ଡଗୋଳ କରୁଛନ୍ତି । ଫଳରେ ନିଲାମ ଅଧାରୁ ଛାଡ଼ିବାକୁ ବାଧ୍ୟ ହୋଉଛନ୍ତି ମାଛ ବ୍ୟବସାୟୀ । ଏହି ଫିସ୍ ମାଫିଆ ସିଣ୍ଡିକେଟରେ ପଛରେ ମତ୍ସ୍ୟସଂପଦ ବିଭାଗ, ବନ୍ୟପ୍ରାଣୀ ବିଭାଗ ଓ ଡଙ୍ଗା ସଂଘର ନେତାଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହିଥିବା ଅଭିଯୋଗ ହେଉଛି । ଏପରିକି ଶୁକ୍ରବାର ୪ଟି ଟ୍ରଲର ବିଶାଖାପାଟଣାରେ ଜବତ ହୋଇଥିବା ବେଳେ ମାଛ ନିଲାମୀରେ କୌଣସି ବ୍ୟବସାୟୀ ଭୟରେ ସାମିଲ ହେଉ ନାହାନ୍ତି  । ସେପଟେ ନିଲାମ ଅନୁସାରେ ଯାହା ହେଲା, ତାହାର କାଗଜପତ୍ର କାର୍ଯ୍ୟାଳୟକୁ ପଠାଇ ଦେଉ ବୋଲି ପୁରୀ ସହକାରୀ ସାମୁଦ୍ରିକ ମତ୍ସ୍ୟସଂପଦ ଅଧିକାରୀ କହିଛନ୍ତି ।