ପୁଣି ଭିଜିଲାନ୍ସ ଜାଲରେ ବଡବାବୁ, ଜାଣନ୍ତୁ କିଏ
ହିନ୍ଦୋଳ : ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଇଓ ଶାନ୍ତନୁ ମଲ୍ଲିକ। ଜଣେ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ। ଲାଞ୍ଚ ନେଇ ଧରାପଡିବା ପରେ ୩ଟି ଘରେ ରେଡ୍ ଚାଲିଛି। ଭଦ୍ରକ, ଖଜୁରିଆପଡ଼ା ଘର ଓ ହିନ୍ଦୋଳ କାର୍ୟ୍ୟାଳୟରେ ଭିଜିଲାନ୍ସ ଚଢାଉ କରିଛି ।
ପ୍ରକାଶ ଥାଉକି, ହିନ୍ଦୋଳ ବ୍ଲକରେ ପୂର୍ବରୁ ଶିକ୍ଷକତା କରୁଥିବା ଅଦୈତ ମାଝୀ ନିଜର କର୍ତ୍ତବ୍ୟରେ ଅବହେଳା ଯୋଗୁଁ କାର୍ୟ୍ୟରୁ ନିଲମ୍ଵିତ ହୋଇଥିଲେ। ସେ ପୂର୍ବରୁ ବ୍ରହ୍ମପୁର ବି ଦ୍ୟାଳୟରେ ପ୍ରଧାନ ଶିକ୍ଷକ ଥିବାବେଳେ ଜଣେ ଛାତ୍ର ବିଦ୍ୟାଳୟ ନିକଟରେ ଏକ ଖୋଳା କୂଅରେ ପଡି ମୃତ୍ୟୁ ହୋଇଥିଲା। ସେହିଦିନ ଠାରୁ ପ୍ରଧାନ ଶିକ୍ଷକ ଅଦୈତ ମାଝୀ କାର୍ୟ୍ୟରୁ ସସପେଣ୍ତ ହୋଇଥିଲେ। ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ ମଲ୍ଲିକ ତାଙ୍କୁ ନିୟମିତ କରାଇ ଦେବାକୁ ପୂର୍ବରୁ ୬୦ ହଜାର ଟଙ୍କା ନେଇ ସାରିଥିବା ସମୟରେ ଆଜି ସକାଳେ ଏନେଇ ୧୦ ହଜାର ଟଙ୍କା ନେଉଥିଲେ। ଏହି ସମୟରେ ଢେଙ୍କାନାଳ ଓ କଟକ ଭିଜିଲାନ୍ସ୍ ଟିମ୍ ହାତରେ ଧରାପଡିଛନ୍ତି। ତାଙ୍କ ଖଜୁରିଆକଟା ବାସ ଭବନରୁ ନଗଦ ୯୧ ହଜାର ଟଙ୍କା ଜବତ କରାଯାଇଥିବା ସମୟରେ ତାଙ୍କ ଘର ଓ ଶ୍ୱଶୁର ଘରୁ ଏବେ ମିଳିତ ଚଢାଉ ଜାରି ରହିଛି ।




admin 