ପଟାଙ୍ଗି ବିଧାୟକ ଓ ପୂର୍ବତନ ବିଧାୟକ କରୋନା ସଂକ୍ରମିତ

ପଟାଙ୍ଗି ବିଧାୟକ ଓ ପୂର୍ବତନ ବିଧାୟକ କରୋନା ସଂକ୍ରମିତ

ପଟାଙ୍ଗି ବିଧାୟକ ଓ ପୂର୍ବତନ ବିଧାୟକ କରୋନା ସଂକ୍ରମିତ
କୋରାପୁଟ: ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ ଓ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ କରୋନା ସଂକ୍ରମିତ ହୋଇଛନ୍ତି । ଉଭୟଙ୍କର କୌଣସି ଲକ୍ଷଣ ନାହିଁ ଓ ଏମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଏବେ ଘରେ ଏକାନ୍ତ ବାସରେ ଦୁଇ ନେତା ରହିଥିବା ସୂଚନା ଦେଇଛନ୍ତି । ବିଧାୟକ ପ୍ରୀତମ ପାଢ଼ୀ କହିଛନ୍ତି ଯେ, ତାଙ୍କ ସଂସ୍ପର୍ଶରେ ଆସିଥିବା କିଛି ବ୍ୟକ୍ତିଙ୍କର କୋଭିଡ ପଜିଟିଭ ଜାଣିବା ପରେ ସେ ନିଜ ସ୍ୱାବ ପରୀକ୍ଷା କରାଇଥିବା ବେଳେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ସେ ଏବେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି । ଡାକ୍ତରୀ ପରାମର୍ଶ କ୍ରମେ ସେ ଏବେ ନିଜ ବାସଭବନରେ ଏକାନ୍ତବାସରେ ରହିଛନ୍ତି । କିଛି ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ନିଜ ନିଜର ପରୀକ୍ଷା କରାଇ ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସେହିପରି ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀଙ୍କ କୋଭିଡ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ତାଙ୍କର ମଧ୍ୟ କୌଣସି ଲକ୍ଷଣ ନଥିବା ବେଳେ ଡାକ୍ତରୀ ପରାମର୍ଶ କ୍ରମେ ଘରେ ଏକାନ୍ତବାସରେ ରହି ଚିକିତ୍ସିତ ହେଉଥିବା ସେ ସୂଚନା ଦେଇଛନ୍ତି ।