୨୪ ଘଣ୍ଟାରେ ୬୭ ହଜାର ନୂତନ ଆକ୍ରାନ୍ତ, ୧୦୩୯ ମୃତ

୨୪ ଘଣ୍ଟାରେ ୬୭ ହଜାର ନୂତନ ଆକ୍ରାନ୍ତ, ୧୦୩୯ ମୃତ

୨୪ ଘଣ୍ଟାରେ ୬୭ ହଜାର ନୂତନ ଆକ୍ରାନ୍ତ, ୧୦୩୯ ମୃତ
ନୂଆଦିଲ୍ଲୀ : ଭାରତର କରୋନା ସଂଖ୍ୟା ଦିନକୁ ଦିନ ଅଣାୟତ ହେବାରେ ଲାଗିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୬୭ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହିତ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ଲକ୍ଷ ଅତିକ୍ରମ କରିଛି । ୬୭୧୫୧ ନୂତନ ଆକ୍ରାନ୍ତଙ୍କ ସହିତ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ଲକ୍ଷ ୩୪ହଜାରରେ ପହଞ୍ଚିଛି । ଏହା ସହିତ ମୃତ୍ୟୁ ସଂଖ୍ୟା ୫୪ ହଜାର ୮୪୯ରେ ପହଞ୍ଚିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୧୦୩୯ ଜଣଙ୍କ ପ୍ରାଣହାନି ସହିତ ମୃତ୍ୟୁ ସଂଖ୍ୟା ୫୮ ହଜାର ଅତିକ୍ରମ କରିଥିଲା । ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଲକ୍ଷ ୬୭ ହଜାର ୭୫୮ ଜଣ ଅକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୭ ଲକ୍ଷ ୭ ହଜାର ୨୬୭ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତୀ । ଦେଶରେ ଆରୋଗ୍ୟ ହାର ୭୪ ପ୍ରତିଶତ ଛୁଇଁଛି । ଏହା ବ୍ୟତୀତ ଦେଶରେ ମୃତ୍ୟୁ ହାର ୧.୮୯ ପ୍ରତିଶତରେ ରହିଛି ଯାହାକି ଅନ୍ୟ ରାଷ୍ଟ୍ର ମାନଙ୍କ ତୁଳନାରେ ସର୍ବନିମ୍ନ ।