ନୂତନ କୃଷି ବିଲ ଉଚ୍ଛେଦ ନହେଲେ ଏନଡିଏରୁ ଓହରିବ ଆରଏଲପି!

ନୂତନ କୃଷି ବିଲ ଉଚ୍ଛେଦ ନହେଲେ ଏନଡିଏରୁ ଓହରିବ ଆରଏଲପି!

ନୂତନ କୃଷି ବିଲ ଉଚ୍ଛେଦ ନହେଲେ ଏନଡିଏରୁ ଓହରିବ ଆରଏଲପି!
ନୂଆଦିଲ୍ଲୀ : ନୂତନ କୃଷି ବିଲକୁ ନେଇ ଦେଶବ୍ୟବାପୀ କୃଷକ ମାନେ ଆନେ୍ଦାଳନରେ ବସିଥିବା ବେଳେ ବିଜେପି ପାଇଁ ଅଡୁଆ ବଢିବାରେ ଲାଗିଛି । ଏହି ବିଲକୁ ପ୍ରତ୍ୟାହାର ନକଲେ ଏନଡିଏ ମେଣ୍ଟରୁ ଓହରିବାର ଧମକ ଦେଇଛି ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି । ଆରଏଲପିର ମୁଖପାତ୍ର ତଥା ନାଗପୁରର ସାଂସଦ ହନୁମାନ ବେନିୱାଲ ଅମିତ ଶାହାଙ୍କୁ ଟାର୍ଗେଟ କରି ଏକାଧିକ ଟ୍ୱିଟ କରିଛନ୍ତି । ନୂତନ କୃଷି ବିଲକୁ ନେଇ ସମଗ୍ର ଦେଶରେ ବିରୋଧ କରାଯାଉଛି । ଯଦି ଏହି ନୂତନ ବିଲକୁ ପ୍ରତ୍ୟାହାର କରାନଯାଏ ତେବେ ଏନଡିଏ ସହିତ ନିଜର ମେଣ୍ଟ ଭାଙ୍ଗିବାକୁ ଦଳ ବାଧ୍ୟ ହେବ ବୋଲି ବେନିୱାଲ ଟ୍ୱିଟ କରିଛନ୍ତି । ଅନ୍ୟ ଏକ ଟ୍ୱିଟରେ ବେନିୱାଲ ଲେଖିଛନ୍ତି ଆରଏଲପି ଏପରି ଏକ ରାଜନୈତିକ ଦଳ ଯାହାକି କୃଷକ ଏବଂ ଯବାନଙ୍କ ପାଇଁ ସର୍ବଦା ସ୍ୱର ଉତ୍ତୋଳନ କରିଥାଏ । ଯଦି କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାନଯାଏ ତେବେ ଦଳ ନିଜର ସମର୍ଥନ ପ୍ରତ୍ୟାହର କରିବ ବୋଲି ବେନିୱାଲ କହିଛନ୍ତି । ନୂତନ କୃଷି ଆଇନକୁ ତୁରନ୍ତ ପ୍ରତ୍ୟାହାର କରି ସ୍ୱାମୀନାଥନ କମିଶନଙ୍କ ପ୍ରସ୍ତାବକୁ ଲାଗୁ କରିବା ପାଇଁ ବେନିୱାଲ ଦାବି କରିଛନ୍ତି ।