ନିସର୍ଗ ନିବାସ ରେ ସର୍ବୋଦୟ ଦିବସ ପାଳନ

ନିସର୍ଗ ନିବାସ ରେ ସର୍ବୋଦୟ ଦିବସ ପାଳନ

ନିସର୍ଗ ନିବାସ ରେ ସର୍ବୋଦୟ ଦିବସ ପାଳନ
ଆଜି ନୃସିଂହନାଥ ସ୍ଥିତ ନୀସର୍ଗ ନିବାସ ଠାରେ ଗାନ୍ଧିଜୀ ଙ୍କ ୧୫୦ତମ ଜନ୍ମ ଜୟନ୍ତୀ ବର୍ଷ ହେତୁ ଆଜିର ଦିନରେ ସ୍ଵତନ୍ତ୍ର ଗୁରୁତ୍ବ ବହନ କରୁଥିବା ପରିପ୍ରେକ୍ଷୀରେ ସର୍ବୋଦୟ ମଣ୍ଡଳ ନିସର୍ଗ ନିବାସ କ୍ରମକର୍ତ୍ତା ଙ୍କ ଦ୍ଵାରା ନୃସିଂହନାଥ ଚାଲ୍ ଧାର ରେ ବାପୁଜୀଙ୍କ ଉଦ୍ଦେଶ୍ୟରେ ତିଲତର୍ପଣ୍ କରାଯାଇଥିଲା। ଏହା ପରେ ନୃସିଂହନାଥ ସ୍ଥିତ ଗାନ୍ଧୀ ସମାଧି ପୀଠ ରେ ପୂଜାର୍ଚ୍ଚନା କରାଯାଇ ରାମ ଧ୍ଵନି ଗାନ କରାଯାଇ ଗାନ୍ଧୀ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଗାନ୍ଧିବାଦୀ ସର୍ବୋଦୟ ନେତା ଶ୍ରୀ ପାରେଶ୍ୱର୍ ପ୍ରଧାନ ଙ୍କ ସଭାପତିତ୍ବରେ ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତ ଅଲେଖ ପାତ୍ର ଓ ଭଗବତୀ ଦେବୀ ଙ୍କ ସୃତିକୁ ମନେ ପକାଇ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।ସଭାରେ ଗାନ୍ଧିବିଚାର ଧାରା ଉପରେ ଏକ ଆଲୋଚନା ଚକ୍ର ସହ ଗାନ୍ଧୀ ବିଚାର ଉପରେ ବିଚାର ବିମର୍ଷ ହୋଇଥିଲା।ଆଜି ଆଲୋଚନା ଚକ୍ର ରେ ଗାନ୍ଧିବାଦୀ ସର୍ବୋଦୟ ନେତା ଶ୍ରୀ ପାରେଶ୍ୱର ପ୍ରଧାନ, ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ର ଆବାହକ ଦିଲ୍ଲୀପ ବେହେରା,ଚିତ୍ତ ପ୍ରଧାନ,ଜୟନ୍ତ ସାହୁ, ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନର ପୂର୍ବତନ ଆବାହକ ତଥା ପ୍ରକୃତି ବନ୍ଧୁ ସାମ୍ବାଦିକ ଶ୍ରୀ ଧିରେନ୍ ମହାନ୍ତି ପ୍ରମୁଖ ଗାନ୍ଧୀ ବିଚାର ଧାର ସମ୍ପର୍କରେ ନିଜସ୍ଵ ମତ ଉତ୍ ସ୍ଥାପନ କରି ଥିଲେ। ପରିଶେଷରେ ଟେକ୍ ଚାନ୍ଦ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।