ସଚିବ ଯିବେ ପିଆଜ ପାଇଁ..

ସଚିବ ଯିବେ ପିଆଜ ପାଇଁ..

ସଚିବ ଯିବେ ପିଆଜ ପାଇଁ..
ଭୁବନେଶ୍ୱର: ପିଆଜ ବିନା ହାଣ୍ଡିଶାଳ କଥା ଚିନ୍ତା କରାଯାଇପାରେନା । ପିଆଜ କାଟିଲେ ଲୁହ ବାହାରିବା ଥୟ । ହେଲେ ଏବେ ପିଆଜ କିଣିଲେ ଆଖିରୁ ଲୁହ ବାହାରୁଛି । ପିଆଜ କିଲୋ ଏବେ ୫୫ ଛୁଇଁଲାଣି । ଆଜିଠୁ ଯଦି ଏତେ ଆଗକୁ କେତେ ? ସେଇ ଚିନ୍ତାରେ ଘାରି ହେଉଛନ୍ତି ଖାଉଟି । ଖାଲି ଖାଉଟି ନୁହେଁ ସରକାରଙ୍କ ଚିନ୍ତା ବି ପିଆଜ ବଢ଼ାଇ ଦେଇଛି । ଅତୀତରେ ପିଆଜ ପାଇଁ ସରକାର କିଭଳି ହରଡ଼ଘଣାରେ ପଡ଼ିଛନ୍ତି ତାହା ସମସ୍ତେ ଜାଣନ୍ତି । ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ପିଆଜ ଅଭାବ ଦୂର ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଯାଉଛନ୍ତି । ପିଆଜ ଆଣିବାକୁ ଆଲୋଚନା ପାଇଁ ଏବେ ଯୋଗାଣ ସଚିବ ଦିଲ୍ଲୀ ଯିବେ । ଦିଲ୍ଲୀରେ ମନ୍ତ୍ରଣାଳୟ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ସେ କହିଛନ୍ତି ଯେ, ପିଆଜର ମାନ ଦେଖି ଅଣାଯିବ କି ନାହିଁ ନିଷ୍ପତ୍ତି ନିଆଯିବ । ପିଆଜର ମାନ ଦେଖି ଆଣିବାକୁ ଚେଷ୍ଟା କରାଯିବ । ଏଥିସହ ପିଆଜ କଳାବଜାରୀ ଦୂର କରିବାକୁ କଡ଼ା ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।