ନିଜାମୁଦ୍ଦିନ ମୌଲବୀଙ୍କ ନାମରେ ମାମଲା ରୁଜୁ ।
ନିଜାମୁଦ୍ଦିନ ମୌଲବୀଙ୍କ ନାମରେ ମାମଲା ରୁଜୁ ।
admin
Apr 1, 2020 - 10:28
Updated: Apr 1, 2020 - 10:28
ନୂଆଦିଲ୍ଳୀ: ନିଜାମୁଦ୍ଦିନ ‘ମର୍କଜ’ ରେ ଅନୁଷ୍ଠିତ ‘ତାବଲିଗି ଜମାତ’ ସମାବେଶ ମାଧ୍ୟମରେ ସମଗ୍ର ଦେଶକୁ ବ୍ୟାପୁଥିବା କରୋନା ସରକାରଙ୍କ ନିଦ ହଜାଇ ଦେଇଛି । ଏହି ସମାବେଶରେ ଦେଶବିଦେଶରୁ ପ୍ରାୟ ୩୪୦୦ ଧର୍ମାବଲମ୍ବୀ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଏବେ ସୁଦ୍ଧା ୪୪୧ ଜଣଙ୍କ ଠାରେ କରୋନା ସଂକ୍ରମଣର ଲକ୍ଷଣ ଦେଖାଯାଇଛି ଓ ୩୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ତେଲେଙ୍ଗାନାରେ ଏହି ସମାବେଶରେ ଯୋଗ ଦେଇଥିବା ୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନିର୍ଦ୍ଦେଶକ୍ରମେ ମସଜିଦର ମୌଲବୀଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି । ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅନୁମତି ପ୍ରଦାନ କରାଯାଇନଥିଲା । ଏମିତିକି ଗାଡ଼ିମୋଟର ପାଇ: ମଧ୍ୟ ଅନୁମତି ଦିଆଯାଇନଥିଲା; ତେଣୁ ସରକାରଙ୍କ ନିର୍ଦ୍ଦେଶ ଅମାନ୍ୟ କରି ଜନତାଙ୍କ ଜୀବନ ସହ ଖେଳିଥିବା ଆୟୋଜକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ଆଦୌ ଦ୍ୱିଧା ପ୍ରକାଶ କରିବେ ନାହିଁ ବୋଲି କେଜରିୱାଲ ଘୋଷଣା କରିଛନ୍ତି । ନିଜାମୁଦ୍ଦିନ ସମାବେଶକୁ କେରଳ ସରକାର ତୀବ୍ର ସମାଲୋଚନା କରିଛନ୍ତି ।