ନିଜକୁ ନିଜେ ଜାଳି ଦେଲେ ୮୫ ବର୍ଷୀୟ ବୃଦ୍ଧ, ଜାଣନ୍ତୁ କାହିଁକି

ନିଜକୁ ନିଜେ ଜାଳି ଦେଲେ ୮୫ ବର୍ଷୀୟ ବୃଦ୍ଧ, ଜାଣନ୍ତୁ କାହିଁକି

ନିଜକୁ ନିଜେ ଜାଳି ଦେଲେ ୮୫ ବର୍ଷୀୟ ବୃଦ୍ଧ, ଜାଣନ୍ତୁ କାହିଁକି

ଚେନ୍ନାଇ: ତାମିଲନାଡୁର କ୍ଷମତାସୀନ ଡିଏମକେ ଅଫିସର ବାହାରେ ଅଭାବନୀୟ ଘଟଣା ଘଟିଛି। ସାଲେମ ଜିଲ୍ଲାରେ ଥିବା ଡିଏମକେ ଅଫିସ ବାହାରେ ଜଣେ ୮୫ ବର୍ଷୀୟ ବୃଦ୍ଧ ପେଟ୍ରୋଲ ଢାଳି ହୋଇ ନିଜକୁ ନିଜେ ଜାଳି ଦେଇଛନ୍ତି। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି।


ରାଜ୍ୟରେ ବଳପୂର୍ବରୁ ହିନ୍ଦୀ ଭାଷାକୁ ଲାଗୁ କରାଯାଇଥିବାରୁ ଏହା ବିରୋଧରେ ତାଙ୍ଗାଭେଲ ନାମକ ଜଣେ ବୃଦ୍ଧ ବିକ୍ଷୋଭ ଆରମ୍ଭ କରିଥିଲେ। ସେ ହେଉଛନ୍ତି ଡିଏମକେର ପୂର୍ବତନ କୃଷି ୟୁନିୟନର ସଂଯୋଜକ। ସେ ଥାଲାଇୟୁରରେ ଥିବା ଡିଏମକେ ଅଫିସ ବାହାରେ ବିକ୍ଷୋଭ ଆରମ୍ଭ କରିଥିଲେ।
ତେବେ  ସେ ହଠାତ୍‌ ନିଜ ଦେହରେ ପେଟ୍ରୋଳ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରାଯାଇଥିଲେ ହେଁ ନିଆଁର ପ୍ରକୋପ ଅଧିକ ଥିବାରୁ ଘଟଣାସ୍ଥଳରେ ତାଙ୍ଗାଭେଲ ପ୍ରାଣ ହରାଇଥିଲେ। ଡିଏମକେର ଜଣେ ସକ୍ରିୟ ସଦସ୍ୟ ଭାବେ ପରିଚିତ ତାଙ୍ଗାଭେଲ କେନ୍ଦ୍ର ସରକାରଙ୍କ ହିନ୍ଦୀ ଭାଷା ପ୍ରଚଳ ନିୟମକୁ ବିରୋଧ କରୁଥିଲେ। କେନ୍ଦ୍ର ସରକାର ଶିକ୍ଷାର ଗୋଟିଏ ମାଧ୍ୟମ ହିନ୍ଦୀ ବ୍ୟବସ୍ଥା ଲାଗୁ କରିବାରୁ ସେ ଏପରି କାଣ୍ଡ ଘଟାଇଛନ୍ତି।