ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ

ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ

ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ
ବ୍ରହ୍ମପୁର: ସଭ୍ୟ ସମାଜରେ ମଣିଷ କିଭଳି ପିଶାଚ ପାଲଟିଯାଏ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ବଡ଼ ବଜାର ଥାନା ଅଞ୍ଚଳରେ । ନିଶାସକ୍ତ ବାପା ନାବାଳିକା ଝିଅକୁ ଦୁଷ୍କର୍ମ କରିବା ଓ ପୀଡ଼ିତାଙ୍କ ଅବସ୍ଥା ଗୁରୁତର ହେବା ଘଟଣା ସବୁ ମହଲକୁ ସ୍ତମ୍ଭୀଭୂତ କରିଛି । ପୀଡ଼ିତାର ଚିକ୍ରାର ଶୁଣି ସାହି ପଡେ଼ାଶୀ ରୁଣ୍ଡ ହେବା ଦେଖି ଅଭିଯୁକ୍ତ ବାପା ନିଜେ ପିନ୍ଧିଥିବା ପଇତାକୁ ବେକରେ ଗୁଡ଼ାଇ ଆତ୍ମହତ୍ୟା କରିବାର ଅଭିନୟ କରିଥିଲା । ଉପରକୁ ନେଇ ଫିଙ୍ଗି ଦେବାକୁ ଧମକ ଦେଇଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିଥିଲା । ପୀଡ଼ିତା ଜଣକ ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରେ ନିଜ ଆଈ ଘରେ ରହୁଥିଲେ । ପୀଡ଼ିତାଙ୍କ ଅବସ୍ଥା ଗୁରୁତର ହେବାରୁ ଏମକେସିଜି ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ପୁଲିସ ଏ ନେଇ ଏକ ମାମଲା ରୁଜୁ କରିବା ସହ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିଛି । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।