ମେ ୩ରୁ ୧୫ ଯାଏଁ ମାଟ୍ରିକ ପରୀକ୍ଷା

ମେ ୩ରୁ ୧୫ ଯାଏଁ ମାଟ୍ରିକ ପରୀକ୍ଷା

ମେ ୩ରୁ ୧୫ ଯାଏଁ ମାଟ୍ରିକ ପରୀକ୍ଷା
ଭୁବନେଶ୍ୱର: ଆସନ୍ତା ମେ ୩ ତାରିଖରୁ ମାଟ୍ରିକ ପରୀକ୍ଷା ଅନୁଷ୍ଠିନ ହେବ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ମେ ୩ ତାରିଖରୁ ଆରମ୍ଭ ହୋଇ ୧୫ ତାରିଖରେ ଶେଷ ହେବ । ମେ ୩ରୁ ୧୨ ଯାଏ ସଂସ୍କୃତ ମଧ୍ୟମା ପରୀକ୍ଷା ଚାଲିବ । ସେହିପରି ମେ ୩ରୁ ୧୫ ଯାଏଁ ଓଡିଶା ମୁକ୍ତ ବିଦ୍ୟାଳୟ ପରୀକ୍ଷା ହେବ । ପରୀକ୍ଷାର୍ଥୀ ମାନେ ସଠିକ ଭାବେ କିପରି ପରୀକ୍ଷା ଦେବେ ସେଥିପ୍ରତି ପଦକ୍ଷେପ ନିଆଯାଇଛି । ଏବର୍ଷ ପରୀକ୍ଷାର୍ଥୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ପରୀକ୍ଷା ଦର୍ପଣ ପୁସ୍ତକ ଯୋଗାଇ ଦିଆଯାଇଛି । ଏହି ପରୀକ୍ଷା ଦର୍ପଣ ପୁସ୍ତକରୁ ପ୍ରାୟ ପ୍ରଶ୍ନ ଆସିବ ବୋଲି କୁହାଯାଇଛି । ମାଟ୍ରିକ ପରୀକ୍ଷାକୁ ସରଳ ପାଇଁ ପରୀକ୍ଷା ଦର୍ପଣ ପୁସ୍ତକ ବହୁତ ସହାୟକ ହେବ ।