ପିଜି ପାଇଁ ଆଉ ଥରେ ସ୍ପଟ ନାମ ଲେଖା

ପିଜି ପାଇଁ ଆଉ ଥରେ ସ୍ପଟ ନାମ ଲେଖା

ପିଜି ପାଇଁ ଆଉ ଥରେ ସ୍ପଟ ନାମ ଲେଖା
ଭୁବନେଶ୍ୱର: ସରକାରୀ ବିଶ୍ୱ ବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଖାଲିଥିବା ସିଟ୍ ଗୁଡ଼ିକ ପୂରଣ ଲାଗି ପୁଣି ଥରେ ସ୍ପଟ ନାମଲେଖା ହେବ । ଫେବ୍ରୁଆରୀ ୬ ତାରିଖ ପୂର୍ବାହ୍ନ ୧୧ଟାରେ ମେଧା ତାଲିକା ପ୍ରକାଶ ପାଇବ । ତାଲିକାରେ ଥିବା ଛାତ୍ରଛାତ୍ରୀ ୮ ଓ ୯ ତାରିଖରେ ବିଶ୍ୱ ବିଦ୍ୟାଳୟ ଓ କଲେଜରେ ରିପୋର୍ଟିଂ କରିପାରିବେ । ୧୦ ତାରିଖ ପୂର୍ବରୁ ପୂର୍ବାହ୍ନ ୧ଟାରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ ଏବଂ ୧୧ ତାରିଖ ଅପରାହ୍ନ ୫ଟା ସୁଦ୍ଧା ଡକୁ୍ୟମେଣ୍ଟ ଯାଞ୍ଚ, ପେମେଣ୍ଟ ଓ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ । ୧୨ ତାରିଖ ଅପରାହ୍ନ ୫ଟାରେ ସାମସ ପୋର୍ଟାଲରେ ନାମଲେଖା ସମ୍ପର୍କିତ ତଥ୍ୟ ଅପଡେଟ୍ କରାଯିବ । ନାମଲେଖା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ଏଥିରେ କୁହାଯାଇଛି ଯେ ଖାଲିଥିବା ସିଟ ସଂଖ୍ୟା ଠାରୁ ୭ ଗୁଣ ଅଧିକ ଛାତ୍ରଛାତ୍ରୀଙ୍କୁ ନାମଲେଖା ଲାଗି ଡକାଯିବ । କ୍ୟାରିଅର ମାର୍କ ଓ ଏକକ ପିଜି ପ୍ରବେଶିକା ପରୀକ୍ଷା ମାର୍କ ଆଧାର ଛାତ୍ରଛାତ୍ରଙ୍କୁ ଚୟନ କରାଯିବ ।