ନରେନ୍ଦ୍ର ମୋଦିଙ୍କ କରୋନା ପାଇଁ ୭ଟି ପରାମର୍ଶ ।
ନରେନ୍ଦ୍ର ମୋଦିଙ୍କ କରୋନା ପାଇଁ ୭ଟି ପରାମର୍ଶ ।
admin
Apr 14, 2020 - 06:40
Updated: Apr 14, 2020 - 06:40
କରୋନାର ମୁକାବିଲା ପାଇଁ ସରକାର ଲକଡାଉନ ଅବଧି ବୃଦ୍ଧି କରିଛନ୍ତି । ମେ’ ୩ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରାଯାଇଛି । ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଘୋଷଣା କରିବା ସହ କରୋନା ସଂକ୍ରାନ୍ତରେ ୭ଟି ପରାମର୍ଶ ଦେଇଛନ୍ତି । ଯାହାକୁ ପ୍ରଧାନମନ୍ତ୍ରୀଙ୍କ ସପ୍ତପଦୀ ବୋଲି କୁହାଯାଉଛି ।
୧. କରୋନା ମହାମାରୀ ବେଳେ ଘରର ବରିଷ୍ଠ ଓ ପୁରୁଣା ରୋଗ ଥିବା ଲୋକଙ୍କ ଧ୍ୟାନ ରଖ
୨. ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ କର
୩. ଘର ତିଆରି ମାସ୍କ ବ୍ୟବହାର କର । ଆୟୂଷ ମନ୍ତ୍ରଣାଳୟ ଦ୍ୱାରା ପ୍ରତିଷେଧକ ବୃଦ୍ଧି କରିବା ପାଇଁ ଦିଆଯାଇଥିବା ପରାମର୍ଶକୁ ଧ୍ୟାନ ଦିଅନ୍ତୁ । ଗରମ ପାଣି, କାଢ଼ା ଆଦି ସମୟ ସମୟରେ ବ୍ୟବହାର କରନ୍ତୁ ।
୪. କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ମୋବାଇଲରେ ଆରୋଗ୍ୟ ସେତୁ ଆପସ ଡାଉନଲୋଡ଼ କରନ୍ତୁ ଓ ଏହି ଆପସ ଡାଉନ ଲୋଡ଼ କରିବା ପାଇଁ ଅନ୍ୟକୁ ପ୍ରେରଣା ଦିଅନ୍ତୁ ।
୫. ସାଧ୍ୟ ଅନୁଯାୟୀ ଗରିବ ପରିବାରର ଦେଖାଶୁଣା କରନ୍ତୁ । ତାଙ୍କର ଭୋଜନର ବ୍ୟବସ୍ଥା କରନ୍ତୁ
୬. ନିଜ ବ୍ୟବସାୟ ଓ ଉଦ୍ୟୋଗରେ କାମ କରୁଥିବା କର୍ମଚାରୀଙ୍କ ପ୍ରତି ସମବେଦନା ପ୍ରକାଶ କରନ୍ତୁ । କାହାକୁ ଚାକିରୀରୁ ବାହାର କରନ୍ତୁ ନାହଁ ।
୭. ଦେଶର କରୋନା ଯୋଦ୍ଧା - ନର୍ସ, ଡାକ୍ତର, ସଫେଇ କର୍ମଚାରୀ, ପୁଲିସ କର୍ମୀଙ୍କ ସମ୍ମାନ କରନ୍ତୁ ଓ ସେମାନଙ୍କ ଗୌରବ ବଢ଼ାନ୍ତୁ ।