ନବୀନ ନିବାସରେ କପିଲ ଶର୍ମା

ନବୀନ ନିବାସରେ କପିଲ ଶର୍ମା

ନବୀନ ନିବାସରେ କପିଲ ଶର୍ମା

ଭୁବନେଶ୍ୱର:  କମେଡିଆନ୍ କପିଲ ଶର୍ମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି। କପିଲଙ୍କ ସହିତ ଅଭିନେତ୍ରୀ ତଥା ନିଦେ୍ର୍ଧଶିକା ନନ୍ଦିତା ଦାସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ଫଟୋ କପିଲ ନିଜ ଟ୍ୱିଟରରେ ସେୟାର କରିଛନ୍ତି । କପିଲ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧା୍ୟରେ କହିଛନ୍ତି ଯେ, ଆପଣଙ୍କ ଚମକôାର ଆତିଥେୟତା ପାଇଁ ଧନ୍ୟବାଦ । ଓଡିଶା ଭଳି ଆପଣଙ୍କ ହୃଦୟ  ମଧ୍ୟ ବେଶ୍ ସୁନ୍ଦର । ଓଡିଶା ସବୁବେଳ ପାଇଁ ମୋ ହୃଦୟରେ ରହିବ । କୃତଜ୍ଞତା.... ।’ ଓଡିଶାର ସୁନ୍ଦର ସଂସ୍କୃତି ଓ ପରମ୍ପରା ସହ ତାଙ୍କୁ ପରିଚିତ କରାଇଥିବାରୁ ନନ୍ଦିତାଙ୍କୁ ମଧ୍ୟ କପିଲ ଧନ୍ୟବାଦ ଜଣାଇଛନ୍ତି । ସାକ୍ଷାତକାର ଅବସରରେ ମୁଖ୍ୟମନ୍ତ୍ରୀ ଉଭୟ କପିଲ ଓ ନନ୍ଦିତାଙ୍କୁ ଓଡିଶା ହକିର ଜର୍ସି ଓ କଳାକୃତି ଉପହାର ଦେଇଥିଲେ ।

 
ଉଲ୍ଲେଖଯୋଗ୍ୟ ଯେ, ନନ୍ଦିତା ଦାସଙ୍କ ନିଦେ୍ର୍ଧଶିତ ଏକ ଚଳଚ୍ଚିତ୍ରର ସୁଟିଂ ପାଇଁ କପିଲ ଶର୍ମା ଗତ କିଛିଦିନ ହେବ ଭୁବନେଶ୍ୱରରେ ଅଛନ୍ତି । ଏହି ଚଳଚ୍ଚିତ୍ରରେ ସେ ଜଣେ ଡେଲିଭରି ବଏର ଭୂମିକାରେ ନଜରକୁ ଆସିବେ ।