ଧର୍ମପଦ ପୁରସ୍କାର ଘୋଷଣା

ଧର୍ମପଦ ପୁରସ୍କାର ଘୋଷଣା

ଧର୍ମପଦ ପୁରସ୍କାର ଘୋଷଣା
ଭୁବନେଶ୍ୱର : ୫ ବର୍ଷ ପାଇଁ ଧର୍ମପଦ ପୁରସ୍କାର ଘୋଷଣା କରାଯାଇଛି । ଏହାକୁ ଆଜି ଘୋଷଣା କରିଛନ୍ତି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ ଏହି ଧର୍ମପଦ ପୁରସ୍କାର ଘୋଷଣା ହୋଇଛି । ୨୦୧୬ ପାଇଁ ବରିଷ୍ଠ ଚିତ୍ରଶିଳ୍ପୀ ବନବିହାରୀ ପରିଡାଙ୍କୁ ପୁରସ୍କାର ଦିଆଯିବ । ୨୦୧୭ ପାଇଁ ବିଶିଷ୍ଟ ସ୍ଥପତି ଶ୍ୟାମସୁନ୍ଦର ପଟ୍ଟନାୟକଙ୍କୁ ପୁରସ୍କାର ଦିଆଯିବ । ସେହିପରି ୨୦୧୮ ପାଇଁ ଜଗଦୀଶ ଚନ୍ଦ୍ର କାନୁନଗୋ, ୨୦୧୯ ପାଇଁ ବିଶିଷ୍ଟ ପଟ୍ଟଚିତ୍ର ଶିଳ୍ପୀ ବିନୋଦ ମହାରଣା, ୨୦୨୦ ପାଇଁ ବିଶିଷ୍ଟ ଚିତ୍ରଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ରଙ୍କୁ ପୁରସ୍କାର ମିଳିବ । ଧର୍ମପଦ ଶିଳ୍ପୀଙ୍କୁ ୫ ଲକ୍ଷ ଟଙ୍କାର ଚେକ୍ ଓ ତାମ୍ରଫଳକ ଦିଆଯିବ । ଏଥିସହିତ ୨୦୧୬ରୁ ୨୦ ପର୍ୟ୍ୟନ୍ତ ୨୫ ଜଣ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯିବ ।