ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ ପାଇଛି । ୨୬ ମାର୍ଚ୍ଚ ରହିଛି ନାମାଙ୍କନ ଦାଖଲର ଶେଷ ଦିନ । ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି ରାଜ୍ୟର ୯୭ ଲୋକସଭା ପାଇଁ ନିର୍ବାଚନ ହେବ । ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ, ସୁନ୍ଦରଗଡ, ବଲାଙ୍ଗିର, କନ୍ଧମାଳ, ଆସ୍କା ଲୋକସଭା ପାଇଁ ମତଦାନ ହେବ । ଏହି ୫ଟି ଆସନରୁ ୪ଟି ବିଜେଡି ହାତରେ ରହିଛି । କେବଳ ସୁନ୍ଦରଗଡ ଆସନରୁ ବାଜି ମାରିଛି ବିଜେପି । ଏହାସହ ଏହି ଲୋକସଭା ଅଧିନରେ ଥିବା ୩୫ଟି ବିଧାନସଭା ଆସନ ପାଇଁ ହେବ ମତଦାନ । ଏହି ୩୫ଟି ଆସନରୁ ୨୦୧୪ରେ ବିଜେଡି ୨୩ , କଂଗ୍ରେସ ୦୬ ଓ ବିଜେପି ୦୪ ଆସନ ଏବଂ ଗୋଟିଏ ଲେଖାଏଁ ଆସନରେ ସମତା କ୍ରାନ୍ତି ଓ ସିପିଏମ ଜିତିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ, ବିଜେଡିର ପ୍ରଥମ ଟେଷ୍ଟ । କାରଣ ୪ଟି ଲୋକସଭା ସହ ୩୫ ରୁ ୨୩ଟି ବିଧାନସଭା ନିଜ ପାଖରେ ରଖିଛି ବିଜେଡି । ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ସେପଟେ ବିଜେଡିକୁ ଦୁର୍ବଳ କରିବାକୁ କଂଗ୍ରେସ ଓ ବିଜେପି ମଧ୍ୟ ଜୋରଦାର ପ୍ରୟାସ କରୁଛନ୍ତି ।