ଦ୍ୱାଦଶ ରେଜଲ୍ଟ ନେଇ ସିବିଏସଇ ପକ୍ଷରୁ ସୁପ୍ରିମକୋର୍ଟରେ ପୁଣି ଥରେ ସତ୍ୟପାଠ ଦାଖଲ

ଦ୍ୱାଦଶ ରେଜଲ୍ଟ ନେଇ ସିବିଏସଇ ପକ୍ଷରୁ ସୁପ୍ରିମକୋର୍ଟରେ ପୁଣି ଥରେ ସତ୍ୟପାଠ ଦାଖଲ

ଦ୍ୱାଦଶ ରେଜଲ୍ଟ ନେଇ ସିବିଏସଇ ପକ୍ଷରୁ ସୁପ୍ରିମକୋର୍ଟରେ ପୁଣି ଥରେ ସତ୍ୟପାଠ ଦାଖଲ

ନୂଆଦିଲ୍ଲୀ: ଦ୍ୱାଦଶ ରେଜଲ୍ଟ ନେଇ  ସିବିଏସଇ ପକ୍ଷରୁ ସୁପ୍ରିମକୋର୍ଟରେ  ପୁଣି ଥରେ ସତ୍ୟପାଠ ଦାଖଲ କରାଯାଇଛି ।  ପୂର୍ବ ପଦ୍ଧତିରେ ଆଉ ୨ଟି ବିନ୍ଦୁ ଯୋଡ଼ି ସିବିଏସଇ ସତ୍ୟପାଠ ଦାଖଲ କରିଛି । ତଦନୁଯାୟୀ   କମ୍ପୁ୍ୟଟେସନ ନେଇ କିଛି ବିବାଦ ଥିଲେ ସମାଧାନ ପାଇଁ କମିଟି ଗଠନ କରାଯିବ ।  ରେଜଲ୍ଟ ପ୍ରକାଶ ପରେ କୌଣସି ପିଲା ଅସନ୍ତୁଷ୍ଟ ଥିଲେ ସେମାନେ ପରୀକ୍ଷା ଦେଇପାରିବେ ।  କରୋନା ପରିସ୍ଥିତି ସ୍ୱାଭାବିକ ହେଲା ପରେ  ଅସନ୍ତୁଷ୍ଟ ପିଲାମାନେ ପରୀକ୍ଷା ଦେଇପାରିବେ ।  ଅଫଲାଇନ ପରୀକ୍ଷା ଦେବା ପାଇଁ ଅନଲାଇନରେ ରେଜିଷ୍ଟ୍ରେସନ ବ୍ୟବସ୍ଥା ହେବ ।  ଅଫଲାଇନରେ ପରୀକ୍ଷା ଦେଉଥିବା ପିଲାଙ୍କ ଉକ୍ତ ମାର୍କ ଚୂଡ଼ାନ୍ତ ବିବେଚିତ ହେବ ବୋଲି କୁହାଯାଇଛି ।