ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ନେଇ ଏମିତି କହିଲେ ସୁର
ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ନେଇ ଏମିତି କହିଲେ ସୁର
ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନ ପାଇଁ ଏବେ ସରଗରମ ଜାତୀୟ ରାଜନୀତି । ଆଉ ଏସବୁ ଭିତରେ କଂଗ୍ରେସ ନେତା ସୁର ରାଉତରାୟଙ୍କ ବଡ ବୟାନ ସାମ୍ନାକୁ ଆସିଛି । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ମୁଁ ସୋନିଆ ଗାନ୍ଧୀଙ୍କୁ ପ୍ରସ୍ତାବ ଦେଉଛି ଯେ ଦ୍ରୌପଦୀ ମୁର୍ମୁଙ୍କୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ କରିବା ଦିଗରେ ନିଷ୍ପତ୍ତି ନିଅନ୍ତୁ। ମୁଁ ଚିଠି ଲେଖିବି ଦ୍ରୌପଦୀଙ୍କୁ ସମର୍ଥନ ଦେବା ପାଇଁ । ଭାରତ ବର୍ଷ ଜଣେ ଭଲ ମହିଳାଙ୍କୁ ପାଇବ। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ସୁନିଶ୍ଚିତ। ମୁଁ ବହୁତ୍ ଖୁସି ଜଣେ ଓଡ଼ିଆ ହିସାବରେ। କିନ୍ତୁ ହାଇକମାଣ୍ଡ ଯାହା ନିର୍ଦ୍ଦେଶ ଦେବେ ଆମେ ତାକୁ ପାଳନ କରିବୁ। ବିବେକ ଅନୁଯାୟୀ ଭୋଟ ଦେବି ବୋଲି ସୁର କହିଛନ୍ତି ।
ଏନଡିଏରୁ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ମିଳିତ ବିରୋଧୀ ଦଳରୁ ପ୍ରାର୍ଥୀ ହୋଇଛନ୍ତି ଯଶୱନ୍ତ ସିହ୍ନା । ଆଉ ଏସବୁ ଭିତରେ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀଙ୍କ ପଲ୍ଲା ଭାରି ହେଉଥିବା ବେଳେ ଗୋଟିଏ ପରେ ଗୋଟିଏ ରାଜନୈତିକ ଦଳ ଦ୍ରୌପଦୀଙ୍କୁ ସମର୍ଥନ ପାଇଁ ଗ୍ରୀନ୍ ସିଗନାଲ ଦେଇଛନ୍ତି । ଓଡ଼ିଶାରେ ଶାସକ ବିଜେଡି ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିଥିବା ବେଳେ ନାମାଙ୍କନପତ୍ର ଦାଖଲ ସମୟରେ ନବୀନ ସରକାରର ଦୁଇ ମନ୍ତ୍ରୀ ପ୍ରସ୍ତାବକ ଭାବେ ସାମିଲ ହୋଇଥିଲେ । ଅନ୍ୟପଟେ ଓଡ଼ିଶା କଂଗ୍ରେସ ଦ୍ରୌପଦୀଙ୍କୁ ସମର୍ଥନ କରିବେନି ବୋଲି ପୂର୍ବରୁ ମନା କରିଛନ୍ତି ।




admin 