ହେଲମେଟ ପିନ୍ଧି ନଥିଲେ ମନ୍ତ୍ରୀ, ବିଧାୟକ ଦେଲେ ଫାଇନ

ହେଲମେଟ ପିନ୍ଧି ନଥିଲେ ମନ୍ତ୍ରୀ, ବିଧାୟକ ଦେଲେ ଫାଇନ

ହେଲମେଟ ପିନ୍ଧି ନଥିଲେ ମନ୍ତ୍ରୀ, ବିଧାୟକ ଦେଲେ ଫାଇନ

ଭୁବନେଶ୍ୱର : ହେଲମେଟ ପିନ୍ଧି ନଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ଫାଇନ ଗଣିଛନ୍ତି  । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି  ।

ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ ବାଲେଶ୍ୱର  ଗସ୍ତରେ ଯାଇଥିଲେ  । ଗସ୍ତ କାଳରେ ସେ କେତେକ ସ୍କୁଲ ମଧ୍ୟ ପରିଦର୍ଶନ କରିଥିଲେ  । ତେବେ ଗସ୍ତ ସମୟରେ ମନ୍ତ୍ରୀ ଶ୍ରୀ ଦାସ ବାଇକରେ ଯାଇଥିଲେ  । ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ବାଇକ ଚଳାଉଥିବାବେଳେ ମନ୍ତ୍ରୀ ତାଙ୍କ ପଛପଟେ ବସିଥିଲେ  । ଉଭୟ ହେଲମେଟ ପିନ୍ଧିନଥିବାରୁ ଟ୍ରାଫିକ ପୁଲିସ ଅଟକାଇଥିଲେ  । ଟ୍ରାଫିକ ପୁଲିସ ଫାଇନ କାଟିଥିଲେ  । ପରେ ବିଧାୟକ ଶ୍ରୀ ଦାସ ଟ୍ରାଫିକ ଥାନା ଯାଇ ହଜାରେ ଟଙ୍କା ଜରିମାନା ଦେଇଥିଲେ  । ମନ୍ତ୍ରୀ ଶ୍ରୀ ଦାସ ଆଜି ବିଭିନ୍ନ ସ୍କୁଲ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି  । ମନ୍ତ୍ରୀମାନଙ୍କୁ ୫ଟି ସହ ଆଉ ଗୋଟିଏ ଟି ବା ଟୁର କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ  । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମନ୍ତ୍ରୀମାନେ ବିଭିନ୍ନ ଅଂଚଳ ଗସ୍ତ କରୁଛନ୍ତି  ।