ଦେଶରେ ୨୪ ଘଣ୍ଟାରେ ୪,୫୭୫ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୪,୫୭୫ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୪,୫୭୫ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ  ଆଜି ୪ହଜାର ୫୭୫କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୪୫ଜଣ କରୋନାରେ ପ୍ରାଣ ହରାଇଛନ୍ତି ବୋଲି  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ଲକ୍ଷ ୧୫ହଜାର ୩୫୫କୁ ବୃଦ୍ଧି ପାଇଛି ।

 

 ଏବେ ଦେଶରେ କରୋନା ସଂକ୍ରମଣର ସକ୍ରିୟ ମାମଲାରେ ହ୍ରାସ ପରିଲକ୍ଷିତ ହେଉଛି । ଆଜି ଦେଶରେ କରୋନା ଜନିତ ସକ୍ରିୟ ମାମଲା ରହିଛି ୪୬ହଜାର ୯୬୨ । ଗତ ୨୪ଘଣ୍ଟାରେ ୭ହଜାର ୪୧୬ଜଣ କରୋନାକୁ ମାତ୍ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୪କୋଟି ୨୪ଲକ୍ଷ ୧୩ହଜାର ୫୬୬ରେ ପହଞ୍ଚି ଯାଇଛି । 

ଦେଶରେ  ଟିକାକରଣ ପ୍ରକ୍ରିୟା ମଧ୍ୟ  ଦ୍ରୁତ ବେଗରେ ଚାଲିଛି । ଦେଶରେ ଟିକାକରଣ ସଂଖ୍ୟା ୧୭୯କୋଟି ୩୦ଲକ୍ଷ ଟପିଛି ।  ସେମାନଙ୍କ ମଧ୍ୟରୁ ୯୧କୋଟି ୧୦ଲକ୍ଷରୁ ଅଧିକ ପ୍ରଥମ ଡୋଜ ଥିବାବେଳେ ୭୭କୋଟି ୪୦ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍ ରହିଛି ।