ଭାରତରେ ଉଡିପାରିବନି ବୋଇଂ ୭୩୭-ମାକ୍ସ ବିମାନ

ଭାରତରେ ଉଡିପାରିବନି ବୋଇଂ ୭୩୭-ମାକ୍ସ ବିମାନ

ଭାରତରେ ଉଡିପାରିବନି ବୋଇଂ ୭୩୭-ମାକ୍ସ ବିମାନ
ନୂଆଦିଲ୍ଲୀ: ଭାରତରେ ଉଡ଼ିପାରିବନି ବୋଇଂ ୭୩୭-ମାକ୍ସ ବିମାନ। ଏନେଇ ଏୟାରଲାଇନ୍ସର ଜରୁରୀ ବୈଠକ ଡାକିଛନ୍ତି ବେସାମରିକ ବିମାନ ଚଳାଚଳ ସଚିବ । ସମସ୍ତ ଏୟାରଲାଇନ୍ସକୁ ନେଇ ଆଜି ଅପରାହ୍ନ ୪ଟାରେ ହେବ ବୈଠକ । ବୋଇଂ ୭୩୭-ମାକ୍ସ ବିମାନକୁ ନେଇ ବୈଠକରେ ଆଲୋଚନା ହୋଇପାରେ । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ମଡେଲର ବିମାନ ଚଳାଉଥିବା ଏୟାରଲାଇନ୍ସ, ଏୟାରକ୍ରାଫ୍ଟ ନିର୍ମାଣକାରୀ ସଂସ୍ଥାଙ୍କ ସହ ଯୋଗାଯୋଗ ରଖାଯାଇଛି ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି। କମ୍ପାନୀର ଏହା ଏକ ଅତ୍ୟାଧୁନିକ ବିମାନ, ତେବେ ୫ମାସରେ ବିଶ୍ୱରେ ୨ଟି ବଡ ଦୁର୍ଘଟଣା ହେଲାଣି । ସୂଚନା ଯୋଗ୍ୟ ଗତ ରବିବାର ନାଇରୋବି ଯାଉଥିବା ଇଥିଓପିଆନ୍ ଏୟାରଲାଇନ୍ସର ବୋଇଂ ୭୩୭-ମାକ୍ସ ୮ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୪ ଭାରତୀୟଙ୍କ ସମେତ ୧୫୭ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାପୂର୍ବରୁ ୨୦୧୮ ଅକ୍ଟୋବର ୨୯ରେ ଇଣ୍ଡୋନେସିଆର ଲାୟନ ଏୟାର କମ୍ପାନୀର ଏହି ପ୍ରକାରର ବିମାନ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଜାଭା ସମୁଦ୍ରରେ ଖସି ପଡିବାରୁ ସମସ୍ତ ୧୮୯ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ।