ଆଜି ମୋଦୀଙ୍କ ଶପଥ ଗ୍ରହଣ

ଆଜି ମୋଦୀଙ୍କ ଶପଥ ଗ୍ରହଣ

ଆଜି ମୋଦୀଙ୍କ ଶପଥ ଗ୍ରହଣ
ନୂଆଦିଲ୍ଲୀ: ଦ୍ୱିତୀୟ ଥର ପାଇଁ ନରେନ୍ଦ୍ର ମୋଦୀ ଆଜି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମରେ ମୋଦୀଙ୍କ ସହ ନୂଆ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅନ୍ୟ ସଦସ୍ୟ ମାନେ ମଧ୍ୟ ଶପଥ ନେବେ । ନୂଆ ମନ୍ତ୍ରୀମଣ୍ଡଳରେ କିଏ ସ୍ଥାନ ପାଇବେ କିଏ ବାଦ ପଡିବେ କିମ୍ବା କେଉଁ ନୂଆ ମୁହଁଙ୍କୁ ସୁଯୋଗ ମିଳିବ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ଓଡିଶାରୁ ଏଥର ୩ ଜଣ ସାଂସଦ ନୂଆ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ରହିଛି । ଏହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ଓଡିଶାର ୨୧ ଲୋକସଭା ଆସନରୁ ବିଜେପି ୨୦୧୪ରେ ମାତ୍ର ଗୋଟିଏ ଆସନରେ ବିଜୟ ହାସଲ କରିଥିବା ବେଳେ ଏଥର ବିଜେପିର ଆସନ ସଂଖ୍ୟା ୧ରୁ ୮କୁ ବୃଦ୍ଧି ପାଇଛି । ତେଣୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଓଡିଶାରୁ ଏଥର ପ୍ରତିନିଧିତ୍ୱ ବୃଦ୍ଧି ପାଇବ ବୋଲି କୁହାଯାଉଛି । ୨୦୧୪ରେ ଓଡିଶାରୁ ଦୁଇ ଜଣ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିଲେ । ସେମାନେ ହେଲେ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ । ଏଥର ଯେଉଁ ସାଂସଦ ମାନଙ୍କ ନାମ ଚର୍ଚ୍ଚାରେ ରହିଛି ସେମାନେ ହେଲେ ଅପରାଜିତା ଷଢ଼ଙ୍ଗୀ, ପ୍ରତାପ ଷଢ଼ଙ୍ଗୀ ଓ ସୁରେଷ ପୂଜାରୀ । ଅପରାଜିତାଙ୍କୁ ନୂଆ ସରକାରରେ ରାଷ୍ଟ୍ରପତି ପଦ ମିଳିବାର ସମ୍ଭାବନା ଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।