ଦେଶରେ ୧୬,୦୫୧ ନୂଆ ସଂକ୍ରମିତ ଚିହ୍ନଟ

ଦେଶରେ ୧୬,୦୫୧ ନୂଆ ସଂକ୍ରମିତ ଚିହ୍ନଟ

ଦେଶରେ ୧୬,୦୫୧ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ଘଣ୍ଟାରେ ଦେଶରେ ୧୬ହଜାର ୫୧ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ଦେଶରେ ମୋଟ କରୋନା  ଆକ୍ରାନ୍ତଙ୍କ ସଂଖ୍ୟା ୪କୋଟି ପାର୍ କରିଛି । ବର୍ତ୍ତମାନ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୋଟି ୨୮ଲକ୍ଷ ୩୮ହଜାର ୫୨୪କୁ ବୃଦ୍ଧି ପାଇଛି । 

ଗତ ୨୪ଘଣ୍ଟାରେ ଦେଶର ୬ଟି ରାଜ୍ୟ ମଧ୍ୟରେ କେରଳର ସର୍ବାଧିକ ୫ହଜାର ୪୨୭ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେହିପରି ମହାରାଷ୍ଟ୍ରରେ ୧ହଜାର ୪୩୭, ମିଜୋରାମରେ ୧ହଜାର ୦୨୨, କର୍ଣ୍ଣାଟକରେ ୧ହଜାର ୧, ରାଜସ୍ଥାନରେ ୧ହଜାର ୨୨ଜଣ ନୂଆ ଆନ୍ତ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାମିଲନାଡୁରେ ୯୪୯ ଏବଂ ମଧ୍ୟପ୍ରଦେଶରେ ୯୫୦ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସ୍ୱାସ୍ଥ୍ର୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । 


 ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୩ଲକ୍ଷ ତଳେ ରହିଛି । ଦେଶରେ ସକ୍ରିୟ ମାମଲା ରହିଛି ୨ଲକ୍ଷ ୨ହଜାର ୧୩୧ରହିଛି ।   ଗତ ୨୪ ଗଣ୍ଟାରେ ୩୭ହଜାର ୯୦୧ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୪କୋଟି ୨୧ଲକ୍ଷ ୨୪ହଜାର ୨୮୪ରେ ପହଞ୍ଚି ଯାଇଛି । ଦେଶରେ  ଟିକାକରଣ ପ୍ରକ୍ରିୟା ମଧ୍ୟ  ଦ୍ରୁତ ବେଗରେ ଚାଲିଛି । ଦେଶରେ ଟିକାକରଣ ସଂଖ୍ୟା ୧୭୫କୋଟି ୫୦ଲକ୍ଷ ଟପିଛି ।