ସାମ୍ବାଦିକଙ୍କୁ ଆକ୍ରମଣ, ୧୧ ଗିରଫ

ସାମ୍ବାଦିକଙ୍କୁ ଆକ୍ରମଣ, ୧୧ ଗିରଫ

ସାମ୍ବାଦିକଙ୍କୁ ଆକ୍ରମଣ, ୧୧ ଗିରଫ

ଭୁବନେଶ୍ୱର: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ନିର୍ବାଚନୀ ହିଂସା ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି। ‌ପୁଲିସକୁ ‌ବେଖାତରି କରି ହିଂସାକାଣ୍ଡ ଜାରି ରହିଛି। ଗତକାଲି ରାଜ୍ୟରେ ତୃତୀୟ ପର୍ୟ୍ୟାୟ ମତଦାନ ଥିଲା । ଶାନ୍ତି ଶୃଙ୍ଖଳାର ସହ ଭୋଟ ଦେବାକୁ ସରକାର ବିଭିନ୍ନ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ମଧ୍ୟ ବୁଥ୍ ଗୁଡିକରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି । ତେବେ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକମାନଙ୍କ ଉପରେ ମଧ୍ୟ ଆକ୍ରମଣ ହେଉଛି । 

ତେବେ ଯାଜପୁର ବାଛଳ ପଞ୍ଚାୟତ ବିଞ୍ଝାରପୁରରେ ୩ଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୂର୍ବରୁ ପୁଲିସ ୨୨ ଜଣଙ୍କୁ ଅଟକ ରଖିଥିଲା । ତେବେ ତଦନ୍ତ ପରେ ମୁଖ୍ୟ ଅଭିଯୁକ୍ତକୁ  ଗିରଫ କରାଯାଇଥିବା ଏସପି ଗଣମାଧ୍ୟମକୁ କହିଛନ୍ତି । ସେପଟେ ଘଟଣାରେ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗୋଟି ଗୋଟି କରି ଧରାଯିବ ଏବଂ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ରାହୁଲ ପିଆର କହିଛନ୍ତି ।

ଘଟଣା ଘଟିଥିବା ଯାଜପୁର ବାଛଳ ପଞ୍ଚାୟତର ୨ ନମ୍ବର ଓ ୪ନମ୍ବର ବୁଥ୍ ଥିବା ଗାଁକୁ ଯାଇ ପୋଲିସ ଫ୍ଲାଗମାର୍ଚ୍ଚ କରିଛି  । ପାଖାପାଖି ୧୦୦ରୁ ଅଧିକ ପୋଲିସ ଗାଁରେ ପହଞ୍ଚି କଡା ପହରା ଦେବା ସହ ସର୍ଚ୍ଚ ଅପରେସନ୍ କରିଛନ୍ତି  । 

ସୂଚନା ଅନୁସାରେ ବୁଥ ଜବରଦଖଲ କରି ଭୋଟ ବାକ୍ସ ପୋଖରୀକୁ ଫିଙ୍ଗାଯାଉଥିବା ଭିଡିଓ ସୁଟ କରିଥିଲେ ସାମ୍ବାଦିକ  । ଆଉ ସେହି ସତ ଲୁଚାଇବାକୁ ଯାଇ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ ଦୁର୍ବୃତ୍ତ  । ୪୦ରୁ ୫୦ ଦୁର୍ବୃତ୍ତ ସାମ୍ବାଦିକମାନଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି  । ସାମ୍ବାଦିକଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିବା ସହ ସାମ୍ବାଦିକ ମାନଙ୍କ ଗାଡ଼ି ମଧ୍ୟ ଭାଙ୍ଗି ଦେଇଥିଲେ । ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ଉପରେ କଠୋର କାର୍ୟ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।

ଏପଟେ ଗତକାଲି ପଞ୍ଚାୟତ ଭୋଟ ଚାଲିଥିବା ବେଳେ ପୁଣି ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି ।  ବାଲେଶ୍ୱର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀ ଦୁଇ ନମ୍ବର ଜୋନ କାନପୁରରେ ଏକ ୱେବ ମିଡିଆର ସାମ୍ବାଦିକ ଲେଲିନ କୁମାର ଦେ ଙ୍କୁ କିଛି ଲୋକ ମାଡ଼ ମାରିଥିବା ସୂଚନା ମିଳିଛି ।