ଦୁଇକିଲୋ ସୁନାରେ ଗଢ଼ାଯିବ ୯୩ ଶ୍ରୀମୁଖ ପଦ୍ମ ପାଖୁଡ଼ା, ରତ୍ନଭଣ୍ଡାର ସବ୍ କମିଟିକୁ ଗଲା ପ୍ରସ୍ତାବ

ଦୁଇକିଲୋ ସୁନାରେ ଗଢ଼ାଯିବ ୯୩ ଶ୍ରୀମୁଖ ପଦ୍ମ ପାଖୁଡ଼ା, ରତ୍ନଭଣ୍ଡାର ସବ୍ କମିଟିକୁ ଗଲା ପ୍ରସ୍ତାବ

ଦୁଇକିଲୋ ସୁନାରେ ଗଢ଼ାଯିବ ୯୩ ଶ୍ରୀମୁଖ ପଦ୍ମ ପାଖୁଡ଼ା, ରତ୍ନଭଣ୍ଡାର ସବ୍ କମିଟିକୁ ଗଲା ପ୍ରସ୍ତାବ
ପୁରୀ:ମହାପ୍ରଭୁଙ୍କ ବିଭିନ୍ନ ବେଶରେ ଲାଗି ହେଉଥିବା ଶ୍ରୀମୁଖ ସୁବର୍ଣ୍ଣ ପଦ୍ମ ପାଖୁଡ଼ା ନଷ୍ଟ ହୋଇଯାଇଛି । ବେଶରେ ଆଉ କାମଚଳା ଭାବେ ଏହି ଲାଗି ହୋଇପାରିବ ନାହିଁ । ପଦ୍ମ ପାଖୁଡା ଗୁଡ଼ିକ ଗଳି ପଡ଼ିବା ସ୍ଥିତିରେ ରହିଛି । ସମ୍ପୂର୍ଣ୍ଣ ମରାମତି ନିତାନ୍ତ ଜରୁରୀ । ଏଭଳି ପ୍ରସ୍ତାବ ଶ୍ରୀମନ୍ଦିର ପ୍ରଶାସନକୁ ସେବକମାନେ ଦେଇଥିଲେ । ପରିଚାଳନା କମିଟି ଏବେ ସୁପାରିଶ କରିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ସବ କମିଟିରେ ଏହି ଆଭୁଷଣ ମରାମତି ପ୍ରସ୍ତାବକୁ ଉପସ୍ଥାପନ କରିବେ । ଆଭୂଷଣର ୯୩ଟି ସୁବର୍ଣ୍ଣ ପଦ୍ମ ପାଖୁଡାକୁ ନୂତନ କରି ପ୍ରସ୍ତୁତ କରାଯିବ । ଏଥିପାଇଁ ଏକ କେଜି ୮୬୦ ଗ୍ରାମ ସୁନା ଏବଂ ସମାନ ପରିମାଣର ରୂପା ଆବଶ୍ୟକ ହେଉଛି । ରତ୍ନ ଭଣ୍ଡାର ସବ୍ କମିଟିର ସୁପାରିଶ ଆଧାରରେ ସୁବର୍ଣ୍ଣ ପଦ୍ମ ପାଖୁଡ଼ା ପୁନଃ ଗଢ଼ାଯିବ । ଅଳଙ୍କାର ମରାମତି ପାଇଁ ଆବଶ୍ୟକ ସୁନା ଓ ରୂପାର ଠିକ୍ ଆକଳନ କରି ପରିଚାଳନା କମିଟିର ଅନୁମୋଦନ ପାଇଁ ଉପସ୍ଥାପନ କରାଯିବ । ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ସବକମିଟିର ନିଷ୍ପତ୍ତିକୁ ସମସ୍ତେ ଅପେକ୍ଷା କରିଛନ୍ତି । ସୂଚନା ମୁତାବକ ମହାପ୍ରଭୁଙ୍କ ଶ୍ରୀମୁଖ ସୁବର୍ଣ୍ଣ ପଦ୍ମ ପାଖୁଡା ଆଭୂଷଣ ଆଉ ବ୍ୟବହାର ଉପଯୋଗୀ ନଥିବା ନେଇ ସେବାୟତମାନେ ପ୍ରଶାସନକୁ ସୂଚନାଦେଇଥିଲେ । ଏହି ସମସ୍ୟାର ସମାଧାନ ପାଇଁ ନୀତି ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଡକାଯାଇଥିଲା । ଏହି ବୈଠକରେ ପାଟ୍ଟଯୋଷୀ ମହାପାତ୍ର, ଭଣ୍ଡାର ମେକାପ. ଦେଉଳକରଣ, ଫୌଦାର ସେବକ, ଦେଉଳ କମାଣ୍ଡର ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ନଷ୍ଟ ହୋଇଥିବା ପଦ୍ମ ପାଖୁଡ଼ାକୁ ମରାମତି କଲେ ପୁଣି ନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଇଥିଲା । ତେଣୁ ସୁବର୍ଣ୍ଣ ପଦ୍ମ ପାଖୁଡାକୁ ନୂତନ ଭାବେ ପ୍ରସ୍ତୁତ କରିବାକୁ ବୈଠକରେ ମତ ମିଳିଥିଲା । ମତ ଦେଇଥିଲା । ଗତ ୫ ତାରିଖରେ ଅନୁଷ୍ଠିତ ପରିଚାଳନା କମିଟିରେ ଏହା ଉପସ୍ଥାପନ କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କୁ ଦାନ କରୁଥିବା ସୁନା, ରୁପା ଜାତୀୟକରଣ ବ୍ୟାଙ୍କ ଲକର ଏବଂ ଶ୍ରୀମନ୍ଦିର ନାଜରଖାନାରେ ରହିଛି । ପାଖାପାଖି ୧୭ କିଲୋ ସୁନା ବ୍ୟାଙ୍କ ଲକରରେ ରହିଛି । ସେହିଭଳି ୬୨ ମିଲୋ ଖାଣ୍ଟି ରୁପା ଏବଂ ୨୧୦ କିଲୋ ରୁପା ଅଳଙ୍କାର ଶ୍ରୀମନ୍ଦିର ନାଜରଖାନାରେ ମହଜୁଦ ରହିଛି । ଏଥିରୁ ଆବଶ୍ୟକ ସୁନା ଓ ରୂପା ଅଣାଯାଇ ବ୍ୟବହାର ହେବ ।