ଆଜି ସାବିତ୍ରୀ ବ୍ରତ

ଆଜି ସାବିତ୍ରୀ ବ୍ରତ

ଆଜି ସାବିତ୍ରୀ ବ୍ରତ
ସାବିତ୍ରୀ ଓଷା ବା ସାବିତ୍ରୀ ବ୍ରତ ସଧବା ନାରୀଙ୍କ ପାଇଁ ଏକ ଆଦର୍ଶ ବ୍ରତ । ଏହି ଦିନେ ନିଜ ସ୍ୱାମୀଙ୍କର ଦୀର୍ଘ ଆୟୁଷ ନିମନ୍ତେ ମଙ୍ଗଳ ମନାସି , ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ହେବା ପାଇଁ ବ୍ରତ ପାଳନ କରନ୍ତି । ଜ୍ୟେଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ବ୍ରତ ପାଳନ କରାଯାଏ । ଏହି ଦିନ ସ୍ତ୍ରୀ ଲୋକମାନେ ଉପାସ କରିଥାନ୍ତି ଓ ଅନ୍ନ ଗ୍ରହଣ କରନ୍ତି ନାହିଁ । ଅପରାହ୍ନରେ ପୂଜା ଶେଷ ହେଲେ ଆମ୍ବ, ପଣସ, ସପୁରୀ, ସାଗୁ, ଓ ତାଳସଜ ଆଦି ଫଳ ମିଶ୍ରଣରେ ପ୍ରସ୍ତୁତ ଭୋଗ ସେବନ କରିଥାନ୍ତି । ଏଥିପାଇଁ ଚଉରାମୂଳେ ବା ଠାକୁରଙ୍କ ଘରେ ବ୍ରତୋତ୍ସବ ପାଳନ ବେଳେ ସାବିତ୍ରୀ ଉପାଖ୍ୟାନ ପାଠ କରାଯାଏ । ଏହି ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା ସାବିତ୍ରୀ । ସାବିତ୍ରୀ ଥିଲେ ବ୍ରାହ୍ମଙ୍କ ପତ୍ନୀ ଗାୟତ୍ରୀ ଓ ସୂର୍ଯ୍ୟାଓଧିଷ୍ଠାତ୍ରୀ ଦେବୀ । ଦେବୀ ସାବିତ୍ରୀଙ୍କ ସାହସ, ସ୍ୱାମୀଙ୍କ ପ୍ରତି ପ୍ରେମ ଓ ନିସ୍ୱାର୍ଥ ଭାବ କାରଣରୁ କିପରି ନିଜ ସ୍ୱାମୀ ସତ୍ୟବାନଙ୍କୁ ଯମରାଜଙ୍କ ଠାରୁ ଫେରାଇ ଆଣିଲେ , ତାହାକୁ ଆଧାର କରି ମା ସାବିତ୍ରୀଙ୍କୁ ମହିମାନ୍ୱିତ କରାଯାଏ ।