ମାର୍ଚ୍ଚ ୧୧ ରୁ ୩ ଦିନିଆ ବ୍ୟାଙ୍କ ଧର୍ମଘଟ, ଲଗାତର ୬ ଦିନ ବନ୍ଦ ରହିବ ବ୍ୟାଙ୍କ

ମାର୍ଚ୍ଚ ୧୧ ରୁ ୩ ଦିନିଆ ବ୍ୟାଙ୍କ ଧର୍ମଘଟ, ଲଗାତର ୬ ଦିନ ବନ୍ଦ ରହିବ ବ୍ୟାଙ୍କ

ମାର୍ଚ୍ଚ ୧୧ ରୁ ୩ ଦିନିଆ ବ୍ୟାଙ୍କ ଧର୍ମଘଟ, ଲଗାତର ୬ ଦିନ ବନ୍ଦ ରହିବ ବ୍ୟାଙ୍କ
ଭୁବନେଶ୍ୱର: ଜାନୁଆରୀ ୩୧ ଓ ଫେବୃୟାରୀ ୧ ରେ ଦୁଇ ଦିନିଆ ଧର୍ମଘଟ ପରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ କର୍ମଚାରୀମାନେ ଆସନ୍ତା ମାସରେ ପୁଣି ଥରେ ୩ ଦିନିଆ ଧର୍ମଘଟକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି । ଯଦି ଏହି ଧର୍ମଘଟ ଡାକରା ସଫଳ ହୁଏ, ତେବେ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଲଗାତାର ୬ ଦିନ ବ୍ୟାଙ୍କ ବନ୍ଦ ରହିବ । ସର୍ବଭାରତୀୟ ବ୍ୟାଙ୍କ ଅଫିସର ମହାସଂଘ ( ଏଆଇବିଓସି) ସଭାପତି ଦାମୋଦର ନନ୍ଦ କହିଛନ୍ତି ନିକଟରେ ୨ ଦିନିଆ ଧର୍ମଘଟ ସତ୍ତ୍ୱେ ବ୍ୟାଙ୍କ କର୍ମଚାରୀଙ୍କ ବେତନ ସଂଶୋଧନ ପାଇଁ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) କୌଣସି ପଦକ୍ଷେପ ନେଇ ନାହିଁ । ଏପରିକି ଏ ନେଇ ପୁନଶ୍ଚ ଆଲୋଚନା ପାଇଁ ଆଇବିଏ କୌଣସି ଆଗ୍ରହ ଦେଖାଇନାହତିଁ । ଏଣୁ ମାର୍ଚ୍ଚ ୧୧ ରୁ ୧୩ ଯାଏଁ ପୁଣିଥରେ ଧର୍ମଘଟରେ ବସିବାକୁ ବ୍ୟାଙ୍କ ସଂଘ ଗୁଡ଼ିକ ନିଷ୍ପତ୍ତି ନେଇଛନ୍ତି ।