ଓସ୍କାର ଆୱାର୍ଡ ଘୋଷଣା, ଏହି ଅଭିନେତା ପାଇବେ ପୁରସ୍କାର ।

ଓସ୍କାର ଆୱାର୍ଡ ଘୋଷଣା, ଏହି ଅଭିନେତା ପାଇବେ ପୁରସ୍କାର ।

ଓସ୍କାର ଆୱାର୍ଡ ଘୋଷଣା, ଏହି ଅଭିନେତା ପାଇବେ ପୁରସ୍କାର ।
ଦକ୍ଷିଣ କୋରିଆ କମେଡ଼ି ଥ୍ରୀଲର “ପାରାସାଇଟ” ସମ୍ମାନଜନକ ଓସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ପ୍ରଥମ ବିଦେଶୀ ଭାଷାର ସିନେମା ଭାବେ ଏହା ଗୌରବ ଅର୍ଜନ କରିଛି । ସେହିପରି ସ୍କି୍ରନ ପ୍ଲେ, ଇଂଟରନାସନାଲ ଫିଚର ସିନେମା ଓ ନିଦେ୍ର୍ଧଶକ ବର୍ଗରେ ବି ଏହା ଓସ୍କାର ପାଇବ । ଶ୍ରେଷ୍ଠ ସିନେମା ରେସରେ ୧୯୧୭, ଦ ଇରିଶ ମ୍ୟାନ, ଜୋଜୋ ରାବିଟ, ଜୋକର, ଲିଟଲ ୱମାନ, ମ୍ୟାରେଜ ଷ୍ଟୋରୀ, ୱାନ୍ସ ଅପନ ଏ ଟାଇମ.. ଇନ ହଲିଉଡ଼, ପାରାସାଇଟ, ଫୋଡର଼୍ ଭି ଫେରାରୀ ଥିବାବେଳେ ପାରାସାଇଟ ଓସ୍କାର ହାସଲ କରିବାରେ ସମର୍ଥ ହୋଇଛି । ଶ୍ରେଷ୍ଠ ଅଭିନେତ୍ରୀ ଦୌଡ଼ରେ ରହିଥିଲେ ସିନ୍ଥିଆ ଇରିଭୋ, ରେନି ଜେଲୱେଜର, ସ୍କାରଲେଟ ଜନସନ, ଚାର୍ଲିଜ ଥେରୋନ, ସାଓଇରସେ ରୋନାନ । ତେବେ ଓସ୍କାର ହାତେଇ ନେଇଛନ୍ତି ଜୁଡ଼ିର ହିରୋଇନ ରେନି ଜେଲୱେକର । ଶ୍ରେଷ୍ଠ ଅଭିନେତା ଭାବେ ଜାକ୍ୱିନ ଫୋନିକ୍ସ , ଲିଓନାଡେର଼୍ା ଡିକାପ୍ରିଓ, ଆଂଟାନିଓ ବାଣ୍ଡେରାସ, ଆଦାମ ଡ୍ରାଇଭର, ଜେନାଥାନ ପ୍ରାଇସ ପ୍ରମୁଖ ଦୌଡ଼ରେ ରହିଥିଲେ ବି ଶ୍ରେଷ୍ଠ ଅଭିନେତା ଭାବେ ଓସ୍କାର ପାଇବେ ଜୋକରର ହିରୋ ଜାକ୍ୱିନ ଫୋନିକ୍ସ । ଶ୍ରେଷ୍ଠ ନିଦେ୍ର୍ଧଶକ ରେସରେ ଥିଲେ ବଙ୍ଗ ଜୁନ ହୋ, ସାମ ମେଣ୍ଡେସ, ଟଡ଼ ଫିଲିପ୍ସ, ମାର୍ଟିନ ସ୍କରସେସେ, କ୍ୱାଂଟିନ ଟରାଂଟିନୋ । କିନ୍ତୁ ପାରାସାଇଟ ନିଦେ୍ର୍ଧଶକ ବଙ୍ଗଜୁନ ହୋଙ୍କୁ ଓସ୍କାର ମିଳିବ ବୋଲି ଘୋଷଣା କରାଯାଇଛି । ଅପରପକ୍ଷରେ ପ୍ରଥମ ବିଶ୍ୱଯୁଦ୍ଧ ଉପରେ ଆଧାରିତ ସିନେମା ‘୧୯୧୭’ଙ୍କୁ ୩ଟି ପୁରସ୍କାର ମିଳିଛି । ଶ୍ରେଷ୍ଠ ଭିଜୁଆଲ ଇଫେକ୍ଟସ, ସିନେମାଟୋଗ୍ରାଫି ଓ ସାଉଣ୍ଡ ମିକ୍ସିଂ ବର୍ଗରେ ଏହା ପୁରସ୍କାର ପାଇବ । ମାର୍ଟିନ ସ୍କରସେସଙ୍କ ‘ଦ ଇରିଶମ୍ୟାନ’ ୧୦ଟି ବର୍ଗର ପୁରସ୍କାର ଦୌଡ଼ରେ ରହିଥିଲେବି ଗୋଟିଏ ବି ପୁରସ୍କାର ପାଇପାରିନାହିଁ ।