ଓଡ଼ିଆ ପ୍ରଯୋଜକଙ୍କ ହିନ୍ଦୀ ମ୍ୟୁଜିକ ଆଲବମରେ ଅଭିନୟ କରିବେ ସୋନୁ ସୁଦ୍‌

ଓଡ଼ିଆ ପ୍ରଯୋଜକଙ୍କ ହିନ୍ଦୀ ମ୍ୟୁଜିକ ଆଲବମରେ ଅଭିନୟ କରିବେ ସୋନୁ ସୁଦ୍‌

ଓଡ଼ିଆ ପ୍ରଯୋଜକଙ୍କ ହିନ୍ଦୀ ମ୍ୟୁଜିକ ଆଲବମରେ ଅଭିନୟ କରିବେ ସୋନୁ ସୁଦ୍‌
କରୋନା ମହାମାରୀ ପାଇଁ ଲକଡାଉନ ଚାଲିଥିବା ବେଳେ ଦେବଦୂତ ସାଜି ଶହ ଶହ ପ୍ରବାସୀଙ୍କୁ ବିମାନ ଯୋଗେ ସେମାନଙ୍କ ଜନ୍ମମାଟିକୁ ଫେରାଇ ଆଣିବାରେ ସହଯୋଗ କରିଥିବା ବଲିଉଡ ଅଭିନେତା ସୋନୁ ସୁଦ ଓଡ଼ିଶା ଆସିବେ । ଓଡ଼ିଆ ପ୍ରଯୋଜକ ରମେଶ ବାରିକଙ୍କ ପ୍ରଯୋଜିତ ଆର.ଆର ଇଭେଣ୍ଟସ ପ୍ରାୟୋଜିତ ଭିଏସଜି ମ୍ୟୁଜିକ ନିବେଦିତ ହିନ୍ଦୀ ମ୍ୟୁଜିକ ଭିଡିଓ ଆଲବମରେ ସୋନୁ ଅଭିନୟ କରିବେ । ତାଙ୍କ ସହ ଅଭିନୟ କରିବେ ବଙ୍ଗୀୟ ନାୟିକା ରାଗିଣୀ । ନିକଟରେ ରାଗିଣୀ କିଛି ଓଡ଼ିଆ ଚଳଚ୍ଚିତ୍ରରେ ଚମତ୍କାର ଅଭିନୟ କରିଥିବା ବେଳେ ରମେଶ ତାଙ୍କୁ ଏହି ଆଲବମ ପାଇଁ ଚୟନ କରିଛନ୍ତି । ରମେଶଙ୍କ କହିବା ଅନୁଯାୟୀ, ଏହି ଭିଡିଓ ଆଲବମର ନାମ ରହିଛି ‘ମାହିରେ...’ । ଏଥିରେ କଣ୍ଠଦାନ କରିଛନ୍ତି ସବାବ ସବିର ସୋହିନୀ । ନିର୍ଦ୍ଦେଶନା ଦେବେ ଶେଖର ଗୁପ୍ତା । ଏହି ମ୍ୟୁଜିକ ଭିଡିଓ ମୁମ୍ବାଇ, ଓଡ଼ିଶାର ଗୋପାଳପୁର ସମୁଦ୍ର କୂଳ ଓ ଏହାର ଆଖପାଖ ପ୍ରାକୃତିକ ପରିବେଶରେ ସୁଟିଂ ହେବ । ଏଥିପାଇଁ ଜୁଲାଇ ପ୍ରଥମ ସପ୍ତାହରେ ସୋନୁ ଓଡ଼ିଶା ଆସିବା ନେଇ ଯୋଜନା ରହିଛି । ଅଭିନେତ୍ରୀ ରାଗିଣୀ ବଲିଉଡ ଡେବ୍ୟୁ ନେଇ ବେଶ ଉତ୍ସାହିତ ଥିବା ଓଡ଼ିଆ ଯୁବ ପ୍ରଯୋଜକଙ୍କୁ କୃତଜ୍ଞତା ଜଣାଇଛନ୍ତି ।