ରେଖାଙ୍କ ଶରୀରରେ ନାହିଁ ଗୋଟିଏ ବି ଅଧିକା ଚର୍ବି ଜାଣନ୍ତୁ ତାଙ୍କ ଫିଟନେସର ରହସ୍ୟ
ରେଖାଙ୍କ ଶରୀରରେ ନାହିଁ ଗୋଟିଏ ବି ଅଧିକା ଚର୍ବି ଜାଣନ୍ତୁ ତାଙ୍କ ଫିଟନେସର ରହସ୍ୟ
admin
Apr 27, 2021 - 11:30
Updated: Apr 27, 2021 - 11:30
ଭୂବନେଶ୍ୱର :ରେଖାଙ୍କ ସୁନ୍ଦରତା ଓ ଫିଟନେସ ସମସ୍ତଙ୍କ ମନ ମୋହିନେଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ୬୬ବର୍ଷ ବୟସରେ ବି କେମିତି ରେଖାଙ୍କ ପରି ନିଜକୁ ଫିଟ ଓ ଫାଇନ ରଖିପାରିବେ ।
ରେଖା ଫିଟନେସ ଓ ସୁନ୍ଦରତାର ଜିଅନ୍ତା ଉଦାହରଣ । ଆପଣ ଜାଣିଥିବେ ରେଖାଙ୍କୁ ବର୍ତ୍ତମାନ ୬୬ବର୍ଷ ।ତେବେ ୬୬ ବର୍ଷରେ ସୁନ୍ଦର ଦେଖାଯାଉଥିବା ଅନ୍ୟ ସୁନ୍ଦରୀ ଅଭିନେତ୍ରୀ ମଧ୍ୟ ଅଛନ୍ତି ।ହେଲେ ରେଖାଙ୍କ ଫିଗର ଏବଂ କର୍ଭି ଶରୀର ଆପଣ ଆଉ କାହାପଖରେ ଦେଖିବାକୁ ପାଇବେ ନାହି । ଆସନ୍ତୁ ଜାଣିବା କେମିତି ୬୬ବର୍ଷ ବୟସରେ ରେଖା ୩୦ବର୍ଷିୟ ସୁନ୍ଦରୀ ତରୁଣି ମାନଙ୍କୁବି ପଛରେ ପକେଇ ଦେଉଛନ୍ତି । ବଜାରବାଦର ଏଇ ଯୁଗରେ ପ୍ରାୟତଃ ସବୁ ବଲିଉଡ ସେଲିବ୍ରିଟି ଏବଂ ଫେମସ ପର୍ସନାଲିଟିମାନେ ପ୍ରସାଧାନ ସାମଗ୍ରୀକୁ ପ୍ରଚାର କରିବାର ଦେଖିବାକୁ ମିଳୁଛି । କିନ୍ତୁ ରେଖା ଏସବୁ ପ୍ରଚାରକୁ ନେଇ ଯୁବପିଢିଙ୍କ ମଧ୍ୟକୁ ଆସନ୍ତି ନାହିଁ । କାହିଁକିନା ରେଖା ନିଜେ ପ୍ରାକୃତିକ ପଦାର୍ଥ ଉପଯୋଗ କରି ନିଜ ଶରୀରକୁ ସୁନ୍ଦର ରଖିବା ସହିତ ସୁସ୍ଥ ରୁହନ୍ତି । ରେଖାଙ୍କ ଶରିରରେ କେଉଁଠି ଟିକିଏବି ଅଧିକ ଚର୍ବି ଦେଖିବାକୁ ପାଇବେ ନାହଁ । ଏମିତି କରିବା ଆଜିକାଲି ଯୁବତୀ ମାନଙ୍କ ପାଇଁ ବହୁତ କଷ୍ଟ ।ହେଲେ ରେଖା କେମିତି ନିଜ ଚେହେରା ଓ ଶରୀରକୁ ଫିଟ ରଖିଛନ୍ତି ତାହା ଏକ ରହସ୍ୟ । ତେବେ ଏହାର ରହସ୍ୟ ହେଉଛି ଯୋଗ,ବ୍ୟାୟମ ଓ କାର୍ଡିଓ । ଆପଣ ଶୁଣିଥିବେ କୌଣସି ବ୍ୟକ୍ତିର ମନର ଭାବ ତାର ଚେହେରାରେ ପରିଲକ୍ଷିତ ହୁଏ । ତେବେ ସୁନ୍ଦର ଦେଖାଯିବାର ପ୍ରଥମ ନିୟମ ଆପଣ ନିଜ ମନରୁ ନକାରତ୍ମକ ଚିନ୍ତା ଦୁର କରନ୍ତୁ ଓ ମନ ପ୍ରଫୁଲ୍ଲିତ ରଖନ୍ତୁ । ରେଖାମଧ୍ୟ ନିଜ ମନକୁ ଶାନ୍ତ ରଖିବାକୁ ବିଭିନ୍ନ ପ୍ରକାରର ଧ୍ୟାନ ଓ ବ୍ୟାୟମର ଆଶ୍ରୟ ନିଅନ୍ତି । ସମସ୍ତଙ୍କ ମନରେ ପ୍ରଶ୍ନ ଉଠେ ଏତେ ବୟସରେ ବି ରେଖା ଏତେ ଚଳଚଞ୍ଚଳ କେମିତି ।ତେବେ ଏହାର ରହସ୍ୟ ରେଖାଙ୍କ ରୁଟିନରେ ରହିଛି । ରେଖା ସବୁଦିନ ସଂଧ୍ୟା ୭ଟାରୁ ୭.୩୦ ମଧ୍ୟରେ ନିଜ ରାତ୍ରୀ ଭୋଜନ କରିନିୟନ୍ତି । ଏହାପରେ ତାଙ୍କୁ ଖାଦ୍ୟ ଖାଇବାକୁ ଭଲ ଲାଗେ ନାହିଁ । ରେଖାଙ୍କ ମତରେ ସକାଳର ଭଲ ଆରମ୍ଭ କେବଳ ରାତିରେ ସଠିକ ସମୟରେ ସୋଇଲେ ହୋଇ ପାରିବ । ଏହି ଅଭ୍ୟାସ ପାଇଁ ରେଖା ଡେରି ଓ ଅଧରାତିରେ ହେଉଥିବା କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି ନାହିଁ । ସମୟରେ ସୋଇ ସମୟରେ ଉଠିବା ହେଉଛି ରେଖାଙ୍କ ସୁସ୍ଥ ତ୍ୱଚା ଓ ସୁସ୍ଥ ଶରୀରର ରହସ୍ୟ ।