ଦିନିକିଆ ଓଡ଼ିଶା କୃଷି କନ୍‌କ୍ଲେଭ୍‌ ଆଜି

ଦିନିକିଆ ଓଡ଼ିଶା କୃଷି କନ୍‌କ୍ଲେଭ୍‌ ଆଜି

ଦିନିକିଆ ଓଡ଼ିଶା କୃଷି କନ୍‌କ୍ଲେଭ୍‌ ଆଜି

ଭୁବନେଶ୍ବର: ଦିନିକିଆ ଓଡ଼ିଶା କୃଷି କନ୍କ୍ଲେଭ୍ ଲୋକସେବା ଭବନ କନ୍ଭେନ୍ସନ୍ ହଲରେ ଆଜି ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଛି। କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେନ୍ସ ମାଧ୍ୟମରେ ଉପସ୍ଥିତ ରହିବେ । କୃଷି କନ୍କ୍ଲେଭ୍ରେ ଦେଶର ପ୍ରାୟ ୫୦ଟି ନାମୀଦାମୀ ସଂସ୍ଥା ଯୋଗଦେବେ ।

ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହାକୁ ନେଇ  ଆୟୋଜିତ ହୋଇଛି ଚୂଡାନ୍ତ ବୈଠକ । କନ୍କ୍ଲେଭ୍ରେ ୫୦ଟି ବଡ଼ କମ୍ପାନୀ ଅଂଶଗ୍ରହଣ ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏଥିପାଇଁ ୨୪ଟି କମ୍ପାନୀ ଅନ୍ଲାଇନ୍ ମାଧ୍ୟମରେ ନାମ ପଞ୍ଜୀକୃତ କରିସାରିଛନ୍ତି । ଏହାସହ ୪୧ଟି ସଂସ୍ଥା ୱେବଲିଙ୍କ୍ ଯୋଗେ ସେମାନଙ୍କ ଯୋଗଦାନ ନେଇ ସ୍ୱୀକୃତି ଦେଇଛନ୍ତି । ଓଡ଼ିଶାରେ କାର୍ୟ୍ୟ କରୁଥିବା ସମସ୍ତ କୃଷିଭିତ୍ତିକ କମ୍ପାନୀ ଏଥିରେ ଅଂଶଗ୍ରହଣ କରିବେ ବୋଲି ଇପିକଲ ପକ୍ଷରୁ କୁହାଯାଇଛି । ଏହି କାର୍ୟ୍ୟକ୍ରମର ଉଦ୍ଘାଟନୀ ଉତ୍ସବକୁ ସିଧା ପ୍ରସାରଣ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ଏହାକୁ ଫେସ୍ବୁକ୍ ମାଧ୍ୟମରେ ସିଧା ପ୍ରସାରଣ କରାଯିବ ।

ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ କୃଷି ଜ୍ଞାନ ପତ୍ରିକା ଉନ୍ମୋଚନ କରିବେ । କାର୍ୟ୍ୟକ୍ରମରେ ୪ଟି ବିଜିନେସ୍ ସେସନ୍ ରହିବ । ଏଥିରେ କୃଷିର ବିଭିନ୍ନ ଦିଗ ଉପରେ ପୃଥକ ପୃଥକ୍ ଭାବେ ଅଧିବେଶନ ଆୟୋଜିତ ହୋଇ ଫଳପ୍ରଦ ଆଲୋଚନା କରାଯିବା ନିର୍ଦ୍ଧାରଣ କରାଯାଇଛି ।