ଥମୁନି ଅଣ୍ଡାମାଡ଼, ପୁରୀରେ ୩ ମନ୍ତ୍ରୀଙ୍କ ଗାଡ଼ିକୁ ଫିଙ୍ଗିଲେ
ଥମୁନି ଅଣ୍ଡାମାଡ଼, ପୁରୀରେ ୩ ମନ୍ତ୍ରୀଙ୍କ ଗାଡ଼ିକୁ ଫିଙ୍ଗିଲେ
ପୁରୀ: ଥମୁନି ମମିତା ନିଆଁ, ଥମୁନି ଅଣ୍ଡା ମାଡ଼। ଆଜି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଗାଡିକୁ ଅଣ୍ଡାମାଡ କରାଯାଇଛି । ପୁରୀ ମାଳତିପାଟପୁର ଠାରେ ମନ୍ତ୍ରୀ ବିକ୍ରମଙ୍କ ଗାଡିକୁ ଅଣ୍ଡାମାଡ କରାଯାଇଥିଲା । ଆଜି ସକାଳୁ ଶ୍ରୀମନ୍ଦିର ପ୍ରକଳ୍ପ ଶିଳାନ୍ୟାସ ଉସôବରେ ଯୋଗ ହେବାକୁ ଯାଉଥିବା ସମୟରେ ଏହି ଅଣ୍ଡାମାଡ ହୋଇଥିବା ସୂଚନା ମିଳିଛି । ମମିତା ମେହେର ଘଟଣାରେ ପ୍ରତିବାଦ କରି ବିରୋଧୀଙ୍କ ପକ୍ଷରୁ ଏହି ଅଣ୍ଡାମାଡ ହୋଇଥିବା ଜଣାପଡିଛି ।
ସେହିପରି ବଡ଼ଦାଣ୍ଡରେ ମନ୍ତ୍ରୀ ସମୀର ଦାସ ଓ ତୁଷାରକାନ୍ତି ବେହେରାଙ୍କୁ କଳାପତାକା ପ୍ରଦର୍ଶନ ସହ ଅଣ୍ଡା ଓ ଗୋବର ମାଡ଼ କରିଛି ବିଜେପି। ପୁରୀ ଶ୍ରୀମନ୍ଦିର ପରିକ୍ରମା ମାର୍ଗର ଶିଳାନ୍ୟାସ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ମାଳତୀପାଟପୁର ନିକଟରେ ଅଣ୍ଡାମାଡ଼ କରାଯାଇଥିବା ସୂଚନା ମିଳିଛି।
ମମିତାକୁ ନ୍ୟାୟ ଦେବା ପାଇଁ ବିଜେପି ତରଫରୁ ସାରା ବିକ୍ଷୋଭ ଦେଖିବାକୁ ମିଳିଛି। ଏପରିକୁ ଦସ୍ତଖତ ଅଭିଯାନ, କଳାମାସ୍କ ବଣ୍ଟନ ଆଦି ହୋଇଛି।




admin 