ନବୀନଙ୍କ ଅନୁରୋଧ ରକ୍ଷା କଲେ ମୋଦି
ନବୀନଙ୍କ ଅନୁରୋଧ ରକ୍ଷା କଲେ ମୋଦି
ଭୁବନେଶ୍ୱର : ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ୮ ମାସ ପର୍ଯ୍ୟନ୍ତ ଲାଗୁ କରିବାକୁ ମୋଦିଙ୍କୁ ଅନୁରୋଧ କରିଥଲେ ନବୀନ । କରୋନା ପାଇଁ ଏବେ ବି ଲୋକମାନଙ୍କ ସ୍ଥିତି ଦୁର୍ବଳ ଥିବାରୁ ମାଗଣାରେ ରାସନ ଦେବା ଦରକାର ବୋଲି ନବୀନ ଦୃଷ୍ଟି ଆକର୍ଷଣ କରିଥିଲେ ।
ଆଜି କେନ୍ଦ୍ର ସରକାର ଏ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅର୍ଥାତ୍ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ହିତାଧିକାରୀମାନଙ୍କୁ ମାଗଣାରେ ରାସନ ପ୍ରଦାନ କରାଯିବ ।
ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧ ଟଙ୍କାରେ ଚାଉଳ ଓ ଗହମ ଯୋଗାଣ କରାଯାଉଛି । ତେବେ କରୋନା ସମୟରେ ଲୋକମାନଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନାରେ ଏନଏଫଏସଏରେ ମିଳୁଥିବା ଚାଉଳ ବ୍ୟତୀତ ଅତିରିକ୍ତ ଖାଦ୍ୟ ସାମଗ୍ରୀର ବି ବ୍ୟବସ୍ଥା କରାଯାଇଥିଲା ।




admin 