ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା
ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା
ବୌଦ୍ଧ: ପୁରୀରେ କାଳିଆର ଦର୍ଶନ କରି ନୃସିଂହନାଥଙ୍କୁ ଦର୍ଶନ କରିବାକୁ ବଲାଙ୍ଗିର ଯାଉଥିବା ତୀର୍ଥଯାତ୍ରୀ ବସ୍ର ଦୁଘଁଟଣା ହୋଇଛି । ବୌଦ୍ଧ ଜିଲ୍ଲା ଜାତୀୟ ରାଜପଥ ୫୭ ହରେକୃଷ୍ଣପୁର ନିକଟରେ ଏହି ସଡକ ଦୁର୍ଘଟଣା ଘଟିଛି । ଦୁର୍ଭାଗ୍ୟବଶଃତ ଅଧାବାଟରେ ତୀର୍ଥଯାତ୍ରୀ ବସ୍ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା । ଦୁର୍ଘଟଣାରେ ୬ଜଣ ଯାତ୍ରୀ ଆହତ ହୋଇଥିଲେ । ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତ ଆହତଙ୍କ ଘର ଛତିଶଗଡର ରାୟପୁର ଅଂଚଳର ହୋଇଥିବା ସୂଚନା ମିଳିଛି ।
ଛତିଶଗଡର ରାୟପୁର ଅଂଚଳରୁ ଆସିଥିବା ୪୦ରୁ ଅଧିକ ତୀର୍ଥଯାତ୍ରୀ ଗତକାଲି ପ୍ରଥମେ ପୁରୀରେ କାଳିଆକୁ ଦର୍ଶନ କରିଥିଲେ । ପରେ ସେମାନେ ବସ୍ ଯୋଗେ ବଲାଙ୍ଗିରର ନୃସିଂହନାଥଙ୍କ ଦର୍ଶନ କରିବାକୁ ଯାଉଥିଲେ । ହେଲେ ସେମାନଙ୍କ ଦର୍ଶନ ଅଧା ରହିଗଲା । ବୌଦ୍ଧର ହରେକୃଷ୍ଣପୁର ନିକଟରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଗଛରେ ପିଟି ହୋଇଯାଇଥିଲା । ଦୁର୍ଘଟଣାସ୍ଥଳରେ ପୁଲିସ ପହଂଚି ଆହତ ଯାତ୍ରୀମାନଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ।




admin 