ତାଲିବାନଙ୍କ ପ୍ରତ୍ୟାବର୍ତ୍ତନ; ଆମେରିକୀୟ କୂଟନୀତିଜ୍ଞ ଜାଲମେ ଖାଲିଜାଦଙ୍କୁ ନେଇ ଚର୍ଚ୍ଚା

ତାଲିବାନଙ୍କ ପ୍ରତ୍ୟାବର୍ତ୍ତନ; ଆମେରିକୀୟ କୂଟନୀତିଜ୍ଞ ଜାଲମେ ଖାଲିଜାଦଙ୍କୁ ନେଇ ଚର୍ଚ୍ଚା

ତାଲିବାନଙ୍କ ପ୍ରତ୍ୟାବର୍ତ୍ତନ; ଆମେରିକୀୟ କୂଟନୀତିଜ୍ଞ ଜାଲମେ ଖାଲିଜାଦଙ୍କୁ ନେଇ ଚର୍ଚ୍ଚା

କାବୁଲ: ଆଫଗାନିସ୍ତାନରେ ତାଲିବାନ ଏବେ ଆତଙ୍କ ଖେଳାଇ ଚାଲିଛନ୍ତି। ଥରହର ଆଫଗାନ ବାସିନ୍ଦା ଦେଶ ଛାଡ଼ିବାକୁ ଉଦ୍ୟମ ଚଳାଇଛନ୍ତି। ଅନ୍ୟପକ୍ଷରେ  ଶାନ୍ତି ଫେରାଇ ଆଣିବା ପାଇଁ ପୂର୍ବରୁ ନିୟୋଜିତ ହୋଇଥିବା କୂଟନୀତିଜ୍ଞ ଜାଲମେ ଖାଲିଜାଦଙ୍କ ଭୂମିକାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ଶାନ୍ତି ପ୍ରକ୍ରିୟା ଭୁଲ ବାଟରେ ଚାଲିଯିବାରୁ ଏହି ପୋଖତ କୂଟନୀତିଜ୍ଞ ତାଙ୍କ ଆଖି ଆଗରେ ଆଫଗାନିସ୍ତାନର ପତନ ଦେଖିଲେ । ଏହି ୭୦ ବର୍ଷୀୟ ଆଫଗାନ-ଆମେରିକାନ୍ କୂଟନୀତିଜ୍ଞଙ୍କୁ ତାଲିବାନ ସହ କଥା ହେବା ପାଇଁ ଆମେରିକା ନିଯୁକ୍ତ କରିଥିଲା, ଯାହାଫଳରେ ଆମେରିକା ସେନାକୁ ଆଫଗାନିସ୍ତାନ ଛାଡ଼ି ନିଜ ଦେଶକୁ ପ୍ରତ୍ୟାବର୍ତ୍ତନର ପଥ ପରିଷ୍କାର ହୋଇପାରିବ ଏବଂ ଦୀର୍ଘ ୨୦ ବର୍ଷ ଯୁଦ୍ଧର ପରିସମାପ୍ତି ଘଟିବ । ବର୍ଷାଧିକ କାଳ ଧରି ତାଲିବାନଙ୍କ ସହ କଥାବାର୍ତ୍ତା କରିବା ପରେ ସେମାନେ ସାଲିସ ପାଇଁ ରାଜି ହୋଇଛନ୍ତି ବୋଲି ଖାଲିଜାଦ ଜଣାଇଥିଲେ । କିନ୍ତୁ ଆଫଗାନିସ୍ତାନର ପତନ ପରେ ଏକଦା ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବା ଖାଲିଜାଦ ଏବେ ନିରବ ହୋଇଯାଇଛନ୍ତି । କୂଟନୈତିକ ସମାଧାନ ପାଇଁ ସେ ଫୋନ ମାଧ୍ୟମରେ କାମ କଲେ । କିନ୍ତୁ ଯୁଦ୍ଧର ପରିସମାପ୍ତି ହେବା ଆଶା କରି ସେ ଯେଉଁ ଚୁକ୍ତି କଲେ, ତାହାଦ୍ୱାରା ବାସ୍ତବରେ ଚରମ ବିପର୍ୟ୍ୟୟ ଘଟିଲା । ହଡସନ ଇନଷ୍ଟିଚୁ୍ୟଟର ବରିଷ୍ଠ ଫେଲୋ ହୁସେନ ହକାନି କହିଛନ୍ତି ଯେ ଖାଲିଜାନ ତାଲିବାନ ସହ ଶାନ୍ତି ଚୁକ୍ତି କରିଥିବା ନେଇ ଏକାଧିକ ରାଷ୍ଟ୍ରମୁଖ୍ୟଙ୍କୁ କହିଥିଲେ । କିନ୍ତୁ ବାସ୍ତବରେ ଏହା ଶାନ୍ତି ଚୁକ୍ତି ନୁହେଁ ବରଂ ଥିଲା ସମର୍ପଣ । ସେ ଠିକଭାବେ କଥାବାର୍ତ୍ତା କଲେ ନାହିଁ, ତାଲିବାନଙ୍କ ସାହସ ବଢ଼ାଇଦେଲେ