ତରବରିଆ ଭାବେ ରାତିରେ ଅନ୍ତିମ ସଂସ୍କାର
ତରବରିଆ ଭାବେ ରାତିରେ ଅନ୍ତିମ ସଂସ୍କାର
କଟକ: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଦାବି କରି ବିଧାନସଭା ଆଗରେ ଆତ୍ମହତ୍ୟା କରିଥିବା ଯୁବକଙ୍କ ରାତାରାତି ପୋଷ୍ଟମଟମ୍ । ଗୋଟିଏ ରାତି ମଧ୍ୟରେ ମୃତଦେହ ବ୍ୟବଚ୍ଛେଦ ସହ ପୁରୀ ସ୍ବର୍ଗ ଦ୍ବାରରେ ଅନ୍ତିମ ସତ୍କାର କରିଦେଲା ପ୍ରଶାସନ । ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ରାତିକ ମଧ୍ୟରେ ବ୍ୟବଚ୍ଛେଦ କରି ସତ୍କାର କରିବାକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ମୃତ ଦୁଷ୍ମନ୍ତଙ୍କ ପତ୍ନୀ ଓ ଝିଅଙ୍କୁ ମଧ୍ୟ ଶେଷକୃତ୍ୟ ସମୟରେ ଅଣାଯାଇଥିବା ଜଣାପଡିଛି । ଦୁଷ୍ମନ୍ତଙ୍କ ପତ୍ନୀ ତାଙ୍କ ବାପଘର ଜଗତସିଂହପୁରରେ ଥିବାବେଳେ ରାତିଅଧରେ କଟକ ଆଣିବା ପରେ ସତ୍କାର ହୋଇଛି । ତେବେ କେଉଁ କାରଣରୁ ପ୍ରଶାସନ ଏପରି ତରବରିଆ ନିଷ୍ପତ୍ତି ନେଲା ତାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଦୁଷ୍ମନ୍ତଙ୍କ ଗାଁ ଲୋକେ । ଏପରିକି ପୁରୀ ସ୍ବର୍ଗଦ୍ବାରରେ ଅନ୍ତିମ ସତ୍କାରକୁ ନେଇ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ସୂଚନା ଅନୁଯାୟୀ ଗତକାଲି(ବୁଧବାର)ବିଧାନସଭା ଆଗରେ ଜଗତସିଂହପୁରର ଦୁଷ୍ମନ୍ତ ଦାସ ହାତକାଟି ବିଷ ପିଇ ଦେଇଥିଲେ । କଟକ ଏସସିବି ଚିକିତ୍ସାରେ ଅବହେଳା କରିଥିବା ଅଭିଯୋଗ କରି ସେ ଏପରି ନିଷ୍ପତ୍ତି ନେଇଥିଲେ । ଏପରିକି ଯୁବକ ଜଣକ ବିଷ ପିଇବା ପରେ ମଧ୍ୟ ସରକାରଙ୍କ ଅବହେଳା ବାବଦରେ କାନ୍ଦି କାନ୍ଦି ଗଣମାଧ୍ୟମକୁ ଜଣାଇଥିଲେ । ସେ ପୂର୍ବରୁ ଇଚ୍ଛାମୃତ୍ୟୁ ପାଇଁ ଅପିଲ୍ କରିବା ପରେ ସରକାର ଚିକିତ୍ସା ପାଇଁ ପ୍ରତିଶ୍ରୁତି ଦେଇ ରଖିନଥିବା ଅଭିଯୋଗ କରିଥିଲେ ।




admin 