ଡ୍ରାଇଭର ମହାସଂଘର ଦାବିକୁ କଂଗ୍ରେସର ସମର୍ଥନ

ଡ୍ରାଇଭର ମହାସଂଘର ଦାବିକୁ କଂଗ୍ରେସର ସମର୍ଥନ

ଡ୍ରାଇଭର ମହାସଂଘର ଦାବିକୁ କଂଗ୍ରେସର ସମର୍ଥନ

ଭୁବନେଶ୍ୱର: ଓଡ଼ିଶା ଡ୍ରାଇଭର ମହାସଂଘର ୧୦ ଗୋଟି ଦାବି ପୂରଣ ନିମନ୍ତେ ମହାସଂଘ ପକ୍ଷରୁ ଆଜି ଭୁବନେଶ୍ୱରଠାରେ ହୋଇଥିବା ବିକ୍ଷୋଭରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିଦେ୍ର୍ଧଶକ୍ରମେ ଉପସଭାପତି ଯଜେ୍ଞଶ୍ୱର ବାବୁ, ମୁଖପାତ୍ର ପଦ୍ମାକର ଗୁରୁ ଓ ମନୋରଞ୍ଜନ ଦାଶ, ସଂପାଦକ ପ୍ରଦୀପ ମହାପାତ୍ର ଯୋଗଦେଇ ଡ୍ରାଇଭର ମାନଙ୍କର ବିଭିନ୍ନ ଅଭାବ ଅସୁବିଧା ସଂପର୍କରେ ଅବଗତ ହୋଇଥିଲେ ।

ଜନସାଧରଣଙ୍କର ଆକ୍ରୋଶ ହେଉଥିବା ଡ୍ରାଇଭରମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ, ପ୍ରତି ୧୦୦ କିମି ଅନ୍ତରରେ ଗାଡ଼ିପାର୍କିଂ ଡ୍ରାଇଭର ମାନଙ୍କ ପାଇଁ ବିଶ୍ରାମାଗାର, ଶୌଚାଳୟ ବ୍ୟବସ୍ଥା, ୫୫ ବର୍ଷପରେ ପେନସନ ବ୍ୟବସ୍ଥା, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭର ମାନଙ୍କ ପାଇଁ ୨୦ଲକ୍ଷ ଟଙ୍କା, ଅକର୍ମଣ୍ୟଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଓ ଚିକିତ୍ସା ନିମନ୍ତେ ୫ଲକ୍ଷ ଟଙ୍କା ଆର୍ଥିକ ସହାୟତାର ବ୍ୟବସ୍ଥା, ଡ୍ରାଇଭର ମାନଙ୍କୁ ଦ୍ୱିତୀୟ ସୈନିକର ମାନ୍ୟତା, ଡ୍ରାଇଭର ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୫ଲକ୍ଷ ଟଙ୍କା ପ୍ରଦାନ, ସେମାନଙ୍କ ପିଲମାନଙ୍କ ପାଇଁ ଉଚ୍ଚଶିକ୍ଷାର ବ୍ୟବସ୍ଥା ପ୍ରମୁଖ ୧୦ଗୋଟି ଦାବି ପୂରଣ ନିମନ୍ତେ ମହାସଂଘ ପକ୍ଷରୁ ଆନେ୍ଦାଳନ କରାଯାଇଛି । ମହାସଂଘର ଏହି ଦାବି ଗୁଡ଼ିକ ପ୍ରତି କଂଗ୍ରେସ ସମର୍ଥନ ଜଣାଇବା ସହ ସରକାର ତୁରନ୍ତ ଏ ଦିଗରେ ଆଶୁ ପଦକ୍ଷେପ ଗ୍ରହଣ କରିବାକୁ କଂଗ୍ରେସ ପକ୍ଷରୁ ଦୃଢ଼ ଦାବି କରାଯାଇଛି ।